ସ୍ଥଗିତ ହେଲା ଅମରନାଥ ଯାତ୍ରା

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ପୋଷ୍ଟରେ
ହଲଗାମ ଏବଂ ବାଲତାଲ ଉଭୟ ରାସ୍ତାରେ ଅମରନାଥ ଯାତ୍ରାକୁ ୩୦ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖା ଯିବାର ସୂଚନା ଦିଆଯାଇଛି । ଜମ୍ମୁରେ ମଧ୍ୟ ଏହି ଯାତ୍ରା ସ୍ଥଗିତ ରହିବ। ପ୍ରବଳ ବର୍ଷାର ପ୍ରଶାସନ ପକ୍ଷରୁ ଏ ନିଷ୍ପତି ନିଆଯାଇଛି ।

ବିଭାଗ କହିଛି ଯେ ଯାତ୍ରା କ୍ଷେତ୍ରରେ ପ୍ରବଳ ବର୍ଷା ଯୋଗୁଁ ଶିବିରରୁ ତୀର୍ଥଯାତ୍ରୀଙ୍କ ଯାତାୟାତ ପ୍ରଭାବିତ ହୋଇଛି। ତେଣୁ ୩୧ ଜୁଲାଇ ୨୦୨୫ ଭଗବତୀ ନଗର ଜମ୍ମୁରୁ ବାଲତାଲ ଏବଂ ନନୱାନ ଶିବିର ଅଭିମୁଖେ କୌଣସି ଦଳକୁ ଯିବାକୁ ଅନୁମତି ଦିଆଯିବ ନାହିଁ।

Leave a Reply

Your email address will not be published. Required fields are marked *