ରଥକାଠ ଅନୁକୂଳ ପାଇଁ ଶୁଭଦିନ ନିର୍ଘଣ୍ଟ

ନୟାଗଡ଼ :ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ୨୦୨୬ ନିମନ୍ତେ ରଥକାଠ ଅନୁକୂଳ ପାଇଁ ଶୁଭଦିନ ନିର୍ଘଣ୍ଟ ହୋଇଛି। ପ୍ରତିବର୍ଷ ଭଳି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ରଥକାଠ ଅନୁକୂଳ ପୂଜା କରାଯିବା ସହ ପ୍ରଥମ ରଥକାଠ ଯୋଗାଣ କରାଯିବ। ଏଥିପାଇଁ ବନାଞ୍ଚଳ ପକ୍ଷରୁ ଏହାର ପ୍ରାକ୍ ପ୍ରସ୍ତୁତି ପର୍ବ ଅନୁଷ୍ଠିତ ହୋଇଛି। ଏହି ପୂଜା ପ୍ରତିବର୍ଷ ପୈାଷମାସ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ।ବନଖଣ୍ତ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପାଞ୍ଜିଗଣନା କରାଯାଇ ଶୁଭଦିନ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା ଡ଼ିସେମ୍ବର ୨୩ ଓ ୩୦ ଦୁଇଟି ତାରିଖକୁ ଶୁଭଦିନ ନିର୍ଦ୍ଧାରଣ କରାଯାଇଛି। ଏଥିମଧ୍ୟରୁ ୩୦ ତାରିଖ ଦିନଟି ସର୍ବୋକୃଷ୍ଟ ରହିଥିବା ଗଣକଙ୍କ ପକ୍ଷରୁ କୁହାଯାଇଛି।ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳ ସ୍ଥିତ ମା’ବଡ଼ରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହେବାପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ। ମା’ ବଡ଼ରାଉଳଙ୍କ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଆସି ପହଞ୍ଚିବା ପରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ଏହି ପୂଜାନୀତି ଅନୁଷ୍ଠିତ ହୁଏ। ମା’ ବଡ଼ରାଉଳଙ୍କ ପୀଠରେ ପୂଜାପରେ ମାଘ ମାସ ଶୁକ୍ଳ ପଞ୍ଚମୀ ଅର୍ଥାତ୍ ସରସ୍ବତୀ ପୂଜାଦିନ ରଥଖଳାରେ ରଥ ନିର୍ମାଣ ପାଇଁ ଅନୁକୂଳ ପୂଜା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିଥାଏ।

Leave a Reply

Your email address will not be published. Required fields are marked *