ବଲାଙ୍ଗୀର: ୫୫ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ୍ ଉଦ୍ଧାର କରିଛନ୍ତି । ରାତି ଅଧିଆ ଚଢାଉ କରି ବଲାଙ୍ଗିର ପୋଲିସ କଣ୍ଟାବାଞ୍ଜିରୁ ଉଦ୍ଧାର କରିଛି । ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ଜଣେ ଦାଦନ ସର୍ଦ୍ଦାରଙ୍କ ଘରୁ ଶ୍ରମିକମାନଙ୍କୁ ପୁଲିସ୍ ଉଦ୍ଧାର କରିଛି । ସର୍ଦ୍ଦାର ଜଣକ ଆଗୁଆ ବଇନା ଟଙ୍କା ଦେଇ ଶ୍ରମିକ ମାନଙ୍କୁ ନିଜ ଘରେ ରଖିଥିଲେ । ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଶ୍ରମିକ, ୧୬ ଜଣ ମହିଳା ଓ ୧୪ ଜଣ ଛୋଟ ପିଲା ଥିବା ଜଣାପଡିଛି । ପୁଲିସ୍ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଏଥିସହ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଛି ପୋଲିସ। ଶ୍ରମିକମାନେ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳର ବୋଲି ଜଣାପଡିଛି । କାଗଜପତ୍ର ଯାଞ୍ଚ କରୁଛି କଣ୍ଟାବାଞ୍ଜି ପୋଲିସ।
ଅନ୍ୟପଟେ ଏଥିରେ ସମ୍ପୃକ୍ତ ଥିବା ଦାଦନ ସର୍ଦ୍ଦାରଙ୍କ ନାଁରେ ଏକ ମାମଲା ରୁଜୁ କରି ପୁଲିସ୍ ଖୋଜୁଛି ।
ବେଆଇନ ଚାଲାଣବେଳେ ୫୫ ଦାଦନ ଶ୍ରମିକ ଉଦ୍ଧାର
