ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୁଲିସକୁ ମିଳିଛି ବଡ଼ ସୁରାକ। ସନ୍ଦେହରେ ପୁଲିସ କମିଶନରଙ୍କ ଅଫିସ୍ରେ କାର୍ଯ୍ୟରତ କିରାଣୀ। କିରାଣୀ ଦୀପକ ରାଉତଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା ଜାରି ରହିଛି। ସାମ୍ନାକୁ ଆସିଲା ଦୀପକ ଶୁଭମିତ୍ରାଙ୍କୁ ଘଟଗାଁ ନେଇ ଯାଇଥିବା ଭିଜୁଆଲ୍। ଏହି ଭିଜୁଆଲ୍ ଆଧାରରେ ଦୀପକକୁ ଅଟକ ରଖିଛି ପୁଲିସ । ଗତ ୬ ତାରିଖରୁ ନିଖୋଜ ଅଛନ୍ତି ମହିଳା କନଷ୍ଟେବଲ୍ ଶୁଭମିତ୍ରା ସାହୁ। ପୁରୁଷ ବନ୍ଧୁ ଜଣଙ୍କ ପ୍ରେମିକାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଛି। ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୁଲିସ୍ । ଦୀପକ ରାଉତକୁ ନେଇ ଘଟଣାସ୍ଥଳରେ ଖୋଳତାଡ଼ କରିବ ପୁଲିସ୍ ।ଗତ ୬ ତାରିଖରୁ ନିଖୋଜ ଥିଲେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ । କନଷ୍ଟେବଳ ନିଖୋଜ ପରଠୁ ସନ୍ଦେହ ଘେରରେ ଥିଲା ପୁରୁଷ ବନ୍ଧୁ। ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। କ୍ୟାପିଟାଲ ଥାନାରେ ରିପୋର୍ଟ ଦେଇଥିଲେ ବାପା ଓ ମାଆ। କ୍ୟାପିଟାଲ ଥାନା ପୁଲିସ୍ ଏକ ମିସିଂ କେସ ରୁଜୁ କରି ତନାଘନା ଜାରି ରଖିଥିଲା। ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମାମଲାରେ ପୁଲିସକୁ ମିଳିଛି ବଡ଼ ସୁରାକ
