ଭୁବନେଶ୍ୱର: ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ଅଭିଯୋଗରେ,ବିଜେଡି ନେତା ବିକ୍ରମ କୁମାର ପଣ୍ଡା ଓ ତାଙ୍କ ସହଯୋଗୀମାନଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିବା ପରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ଵାକଯୁଦ୍ଧ ଆରମ୍ଭ ହୋଇଛି।ବୁଧବାର ଭୁବନେଶ୍ୱରରେ ଏକ ପ୍ରେସମିଟ କରି ବିଜେଡି ଅଭିଯୋଗ କଲା ଯେ, ପୂର୍ବତନ ବିଧାୟକ ଏବଂ ଗଞ୍ଜାମ ଜିଲ୍ଲା ବିଜେଡି ଅଧ୍ୟକ୍ଷ ବିକ୍ରମ ପଣ୍ଡାଙ୍କ ଗିରଫ ରାଜ୍ୟ ସରକାରଙ୍କ ଏକ ରାଜନୈତିକ ଚକ୍ରାନ୍ତ। ବିଜେଡି ଅଭିଯୋଗ କରଛି ଯେ , ଗୋପାଳପୁର ବିଧାୟକ ଏବଂ ରାଜ୍ୟ ଖଣିଜ ମନ୍ତ୍ରୀ ବିଭୂତି ଭୁଷଣ ଜେନାଙ୍କ ସମ୍ପୃତିକୁ ଲୁଚାଇବା ପାଇଁ, ବିକ୍ରମ ପଣ୍ଡାଙ୍କୁ ଫସାଯାଇଛି।ବିଜେଡି ନେତାମାନେ କହିଛନ୍ତି ଯେ, ବ୍ରହ୍ମପୁର ପୋଲିସ ଏପର୍ଯ୍ୟନ୍ତ ବିକ୍ରମ ପଣ୍ଡାଙ୍କ ବିରୋଧରେ କୌଣସି ଦୃଢ଼ ପ୍ରମାଣ ଦେଇପାରିନାହାନ୍ତି।ପ୍ରେସମିଟରେ ବିଜେଡି ଜ୍ୟେଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ନୂଆପଡା ଉପନିର୍ବାଚନ ଆସିବାକୁ ଥିବା ସମୟରେ ସରକାର ଏକ ନୂଆ ଚକ୍ରାନ୍ତ। ପିଛଲା ୧୬ ମାସ ଧରି ରାଜ୍ୟରେ ବିଜେପି ଶାସନ ଆସିବା ପରେ ଆଇନ ଶୃଙ୍ଖଳା ଅବସ୍ଥା ଗୁରୁତର ଭାବେ ଧସିଯାଇଛି। ଗଞ୍ଜାମ ଜିଲ୍ଲା ଏହାରେ ଶୀର୍ଷସ୍ଥାନରେ ରହିଛି। ପ୍ରମିଳା କହିଛନ୍ତି, ଏହି ସମୟ ସୀମାରେ ଗଞ୍ଜାମରେ ୧୫୨ଟି ଧର୍ଷଣ ଓ ୧୨୮ଟି ହତ୍ୟା ମାମଲା ରୁଜୁ ହୋଇଛି।ପ୍ରମିଳା ମଲ୍ଲିକ ଆହୁରି ଅଭିଯୋଗ କରିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଅବୈଧ ବାଲି ଚୋରାଚାଳ ଦିନକୁ ଦିନ ବଢ଼ି ଚାଲିଛି ଏବଂ ଏହା ଫଳରେ ଅନେକ ହିଂସାତ୍ମକ ଘଟଣା ଘଟିଛି। ସେ ଦାବି କରିଛନ୍ତି ଯେ, ଗୋପାଳପୁର ବିଧାୟକ ଏବଂ ରାଜ୍ୟ ଇସ୍ପାତ ଓ ଖଣିଜ ମନ୍ତ୍ରୀ ବିଭୂତି ଭୁଷଣ ଜେନାଙ୍କ ଅବୈଧ ବାଲି ବ୍ୟବସାୟରେ ସମ୍ପୃତିନେଇ ବାରମ୍ବାର ଅଭିଯୋଗ ଉଠିଛି।ସେ ଅଧିକ କହିଛନ୍ତି ଯେ, ପୀତବାସ ପଣ୍ଡା ହତ୍ୟା ପରେ ପ୍ରାରମ୍ଭିକ ତଦନ୍ତରେ ଅବୈଧ ବାଲି ବ୍ୟବସାୟକୁ ମୂଳ କାରଣ ଭାବେ ଦେଖାଯାଇଥିଲା ଏବଂ ଏଥିରେ ମନ୍ତ୍ରୀ ଜେନାଙ୍କ ନାମ ମଧ୍ୟ ଆସିଥିଲା।ଅନ୍ୟପଟେ ରାଜ୍ୟ ରେଭେନ୍ୟୁ ମନ୍ତ୍ରୀ ସୁରେଶ ପୁଜାରୀ ବିଜେଡିଙ୍କ ଅଭିଯୋଗକୁ “ଅତ୍ୟନ୍ତ ଦୁଃଖଜନକ” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ବ୍ରହ୍ମପୁର ଏସ୍ପି ହତ୍ୟା ଚକ୍ରାନ୍ତର ସମ୍ପୂର୍ଣ୍ଣ ବିବରଣୀ ଓ ଅଭିଯୁକ୍ତମାନଙ୍କୁ ରକ୍ଷା କରିବା ଚେଷ୍ଟା ବିଷୟରେ ସଫା ବ୍ୟାଖ୍ୟା କରିଛନ୍ତି।ସେ ଅଭିଯୋଗ କଲେ, “ବିଜେଡି ଯଦି ଏପରି ସତ୍ୟକୁ ମାନିବାକୁ ଅସ୍ୱୀକାର କରୁଛି, ତେବେ ସେମାନେ ଦୁଷ୍କର୍ମକୁ ପ୍ରୋତ୍ସାହନ ଦେଉଛନ୍ତି।”ଉଲ୍ଲେଖନୀୟ ଯେ, ବ୍ରହ୍ମପୁର ପୋଲିସ ବୁଧବାର ଦିନ ୧୨ ଜଣଙ୍କୁ, ଯେଉଁଥିରେ ବିଜେଡି ନେତା ବିକ୍ରମ ପଣ୍ଡା ଏବଂ ତାଙ୍କ ସହଯୋଗୀମାନେ ମଧ୍ୟ ରହିଛନ୍ତି, ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ କରିଛି। ବିଜେପି ନେତା ପଣ୍ଡାଙ୍କୁ ଅକ୍ଟୋବର ୬ରେ ତାଙ୍କ ଘର ପାଖରେ ଗୁଳି ହାଣି ହତ୍ୟା କରାଯାଇଥିଲା।
ବିକ୍ରମ ପଣ୍ଡାଙ୍କ ଗିରଫ ମୋହନ ସରକାରଙ୍କ ରାଜନୈତିକ ଷଡଯନ୍ତ୍ର: ବିଜେଡି
Oplus_131072
