ଭୁବନେଶ୍ୱର: ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡା ଯିବାକୁ ଥିଲେ । କିନ୍ତୁ ଭୁବନେଶ୍ୱର ବିମାନବନ୍ଦରରେ ନବୀନଙ୍କ ହେଲିକପ୍ଟରକୁ କ୍ଲିୟରାନ୍ସ ଦେବାରେ ବିଳମ୍ବ ଘଟିଲା ।ସକାଳ ୯ଟା ୩୦ରେ ନବୀନଙ୍କ ହେଲିକପ୍ଟର ଉଡ଼ିବା ପ୍ରଥାରେ ଏହାକୁ କେବଳ ୧୧ଟା ୩୦ରେ ଅନୁମତି ମିଳିଥିଲା । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସମୟରେ ସବମିଟ୍ କରିନଥିଲେ । ଏହା ନେଇ ଏୟାର ଡିଫେନ୍ସ କ୍ଲିଅରାନ୍ସ ନମ୍ବର ମିଳିପାରିନଥିଲା । ଶେଷରେ କୋଲକତା ସହିତ କୋଅର୍ଡିନେଟ କରି ଏହାର ନମ୍ବର ପ୍ରାପ୍ତ ହେଲା, ଯାହାକୁ ନେଇ ପ୍ରାୟ ୨୫ ମିନିଟ୍ ବିଳମ୍ବ ଘଟିଥିଲା ।ବିଜେଡି ନେତା ଚିନ୍ମୟ ସାହୁ କହିଛନ୍ତି, ନବୀନଙ୍କ ହେଲିକପ୍ଟରକୁ ଜାଣିଶୁଣି କ୍ଲିଅରାନ୍ସ ଦିଆଯାଇନଥିଲା
ନବୀନଙ୍କ ହେଲିକପ୍ଟର ଉଡ଼ାଣରେ ୨୫ ମିନିଟ୍ ବିଳମ୍ବ ପଛରେ ବିଜେପିର କୂଟନୀତି: ବିଜେଡି
Oplus_131072
