ଭୁବନେଶ୍ଵର : ନୂଆପଡ଼ା ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ବିଜେଡ଼ି ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଦଳ ଅନୁଯାୟୀ ସଂଗଠନକୁ କ୍ରିୟାଶୀଳ କରୁଛି। ନିର୍ବାଚନରେ ସେହି ଜୋନରୁ ଆରମ୍ଭ କରି ଏନ୍ଏସି ଏବଂ ବ୍ଲକ୍ ପର୍ଯ୍ୟନ୍ତ ଭିନ୍ନଭିନ୍ନ ଦାୟିତ୍ବ ପ୍ରଦାନ କରାଯାଇଛି। ଏହିକ୍ରମରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳର ଆଉ ୨୧ଜଣ ନେତାଙ୍କୁ ଗୁରୁଦାୟିତ୍ଵ ଦେଇଛନ୍ତି। ଏହି ନେତାମାନେ ଦଳ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସାଂଗଠନିକ କାର୍ଯ୍ୟକଳାପକୁ ସଂଯୋଜନା କରିବେ। ଦଳ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ, ଏହି ଦାୟିତ୍ବରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ବିଶି, ଟୁକୁନୀ ସାହୁ, ସୁବାସ ସିଂ, ରମେଶ ମାଝୀ, ଲତିକା ପ୍ରଧାନ, ପ୍ରକାଶ ମାଝୀ, ଅଳକା ମହାନ୍ତି, ଡଲି ମାଝୀ, ମହମ୍ମଦ ଆଦାମ, ଏସ.କେ ନିଜାମୁଦ୍ଦିନ, ପ୍ରଫୁଲ୍ଲ ସିଂ, ଭାନୁପ୍ରତାପ ସିଂ ମାଝୀ, ସଞ୍ଜିତ ମହାନ୍ତି, ଗିରିରାଜ ସିଂ ମାଝୀ, ଗୌରହରି ମିଶ୍ର, ଭୀଷ୍ମଦେବ ସରଫ, ରାଜୁ ଘିବେଲା, ନନ୍ଦଲାଲ ସିଂ, ଜାପାନ ମହାପାତ୍ର ଓ ପ୍ରବୀର ମହାନ୍ତି ରହିଛନ୍ତି।
ନୂଆପଡ଼ା ଉପ ନିର୍ବାଚନ : ୨୧ ନେତାଙ୍କୁ ଗୁରୁଦାୟିତ୍ଵ ଦେଲେ ନବୀନ
