ଭୁବନେଶ୍ୱର : ନିର୍ବାଚନ କମିଶନର BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାସହ ଭୋଟର ତାଲିକା ଅପଡେଟ୍ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା। ପ୍ରଦାନ କରାଯିବ। ପୂର୍ବରୁ ଏଥିପାଇଁ ହଜାରେ ଟଙ୍କା ପ୍ରଦାନ କରାଯାଉଥିଲା।BLO ସୁପରଭାଇଜରଙ୍କୁ ଏଣିକି ୧୨ ହଜାର ବଦଳରେ ମିଳିବ ୧୮ ହଜାର ଟଙ୍କା । ERO ବା ଭୋଟର ତାଲିକା ପଞ୍ଜିକରଣ ଅଧିକାରୀ ଏବଂ AEROଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପୂର୍ବରୁ ଏମାନଙ୍କୁ କୌଣସି ପାରିଶ୍ରମିକ ମିଳୁନଥିଲା । ୨୦୧୫ ପରେ ପାରିଶ୍ରମିକରେ ସଂଶୋଧନ କରିଛନ୍ତି ନିର୍ବାଚନ କମିଶନ।
ବଢିଲା BLOଙ୍କ ପାରିଶ୍ରମିକ
