ଭୁବନେଶ୍ୱର: ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ ଅଞ୍ଚଳରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଦ୍ଵାରା ଏକ ସ୍ୱତନ୍ତ୍ର ସଫେଇ ଅଭିଯାନ କରାଯାଇଥିଲା। ଯେଉଁଥିରେ ମାର୍କେଟ ଏବଂ ଆଖପାଖ ରାସ୍ତାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ସଫା କରାଯାଇଥିଲା।
ଏଥିସହିତ ରାସ୍ତାପାର୍ଶ୍ୱରେ ଥିବା ଜବରଦଖଲ ଗୁଡ଼ିକୁ ହଟାଇବା ସହ ପରିତ୍ୟକ୍ତ ଯାନବାହନ ଗୁଡ଼ିକୁ ମଧ୍ୟ ଉଠାଇ ଦିଆଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏସବୁ ବ୍ୟତୀତ ୟୁନିଟ୍-୪ରେ ମାଛ ବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ସଫେଇ ଯାଞ୍ଚ ସମୟରେ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି।
