ଭୁବନେଶ୍ବର: ସର୍ବଭାରତୀୟ ସ୍ତରରେ ପୁଣି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସମ୍ମାନିତ ହୋଇଛି । ଭୁବନେଶ୍ବର ମହାନଗର ନିଗମ (ବିଏମସି) ଜାତୀୟ ସ୍ୱଚ୍ଛ ବାୟୁ ସହର-୨୦୨୪ ତାଲିକାର ୪ର୍ଥ ସ୍ଥାନରେ ରହିଛି । ଦେଶର ସ୍ୱଚ୍ଛ ବାୟୁ ସହର ଭାବେ ବିଏମସି ଚତୁର୍ଥ ସ୍ଥାନରେ ରହିଛି । ସେହିପରି, ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶର ଅମରାବତୀ ରହିଥିବାବେଳେ, ଦ୍ବିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶର ମୋରାଦାବାଦ ଓ ତୃତୀୟ ସ୍ଥାନ ଅଧିଗ୍ରହଣ କରିଛି ଝାଡଖଣ୍ଡର ଝାନ୍ସୀ । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ମାନ୍ୟତା ମିଳିଥିବା ସୂଚନା ରହିଛି ।
ସ୍ୱଚ୍ଛ ବାୟୁ ସହର-୨୦୨୪ ତାଲିକାର ୪ର୍ଥ ସ୍ଥାନରେ ରହିଛି ବିଏମସି
