ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଧମକ। ୩ଟି କୋର୍ଟରୁମ୍ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍ରେ ଉଲ୍ଲେଖ ରହିଛି। ସନ୍ଧ୍ୟା ପୂର୍ବରୁ ବୋମା ବିସ୍ଫୋରଣ ହେବା ନେଇ ଉଲ୍ଲେଖ ରହିଛି। ବୋମା ଧମକ ପରେ ଖାଲି କରାଗଲା ଦିଲ୍ଲୀ ହାଇକୋର୍ଟ। ବିଚାରପତି, ଓକିଲ ଓ କର୍ମଚାରୀଙ୍କୁ ବାହାରକୁ ନେଲା ଦିଲ୍ଲୀ ପୁଲିସ୍ । ଦିଲ୍ଲୀ ହାଇକୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍ ନିୟୋଜିତ ଅଛନ୍ତି। ଦିଲ୍ଲୀ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୂଚନା ଅନୁସାରେ ଦିଲ୍ଲୀ ହାଇକୋର୍ଟକୁ ଆସିଥିବା ମେଲରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ଶୁକ୍ରବାର ବିସ୍ଫୋରଣ ପାଇଁ ପାକିସ୍ତାନ-ତାମିଲନାଡୁର ମିଳିତ ସହଯୋଗ ରହିଛି। ଦିନ ୨ଟା ସୁଦ୍ଧା ପରିସର ଖାଲି କରିବାକୁ ଚେତାବନୀ ଦିଆଯାଇଛି।
ଇମେଲରେ ଦାବି କରାଯାଇଥିଲା ଯେ ଜଣେ ବ୍ୟକ୍ତି ପାକିସ୍ତାନର ଆଇଏସ୍ଆଇ ସହିତ ଯୋଗାଯୋଗ କରିଛନ୍ତି ଏବଂ ପାଟନାରେ ୧୯୯୮ ମସିହାରେ ହୋଇଥିବା ବିସ୍ଫୋରଣକୁ ପୁନରାବୃତ୍ତି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ଏଥିରେ ରାଜନୈତିକ ନେତା ଏବଂ ଆରଏସ୍ଏସ୍ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ରହିଛି। ଏହା ସହିତ ଏକ ମୋବାଇଲ୍ ନମ୍ବର ଏବଂ ଏକ କଥିତ ଆଇଇଡି ଡିଭାଇସ୍ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।
ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
