ଧଉଳି ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଲେ ପୁରୁଷ ବନ୍ଧୁ

ଭୁବନେଶ୍ୱର: ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି। ଏହି ଘଟଣାରେ ପୁରୁଷ ବନ୍ଧୁଙ୍କ ବୟାନ ଘଟଣାକୁ ନୂଆ ମୋଡ଼ ଦେଇଛି ।

ପୁରୁଷ ବନ୍ଧୁଙ୍କ କହିବା ଅନୁସାରେ ସେମାନେ ଧଉଳି ବୁଲାବୁଲି କରି ଫେରିବା ସମୟରେ ବାଙ୍କୁଆଳ ନଦୀବନ୍ଧରେ ଦୁର୍ବୃତ୍ତମାନେ ଅଟକାଇଥିଲେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଟଙ୍କା ମାଗିଥିଲେ। ଟଙ୍କା ନଦେବାରୁ ତାଙ୍କୁ ମାରପିଟ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ପୀଡିତାଙ୍କ ସହ ଦୁର୍ବ୍ୟବାହର କରି ନଈପଠା ଭିତରକୁ ଟାଣି ଅମାନବୀୟ କାଣ୍ଡ ଭିଆଇଲେ।

ଗତ ୧୦ ତାରିଖରେ ବାଙ୍କୁଆଳ ନଦୀପଠାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା । ସେହିପରି ଏହି ସମ୍ବେଦନଶୀଳ ମାମଲାରେ ମହିଳା କମିଶନ ଏବଂ ଶିଶୁ ସୁରକ୍ଷା ଆୟୋଗ ମଙ୍ଗଳବାର ଉଦ୍ବେଗ ପ୍ରକାଶ କରିଛନ୍ତି । ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ନଦୀ ପଠାକୁ ଯାଇ ଅନୁଧ୍ୟାନ କରିଛନ୍ତି ।

Leave a Reply

Your email address will not be published. Required fields are marked *