ଦିନକୁ ଦିନ ଖସୁଛି ପାରଦ, ରାଜ୍ୟର ଅଧିକାଂଶ ସ୍ଥାନରେ ଅନୁଭୂତ ହେଉଛି ଥଣ୍ଡା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ। ଶନିବାର ଝାରସୁଗୁଡ଼ା ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏପଟେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୩ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବାର ସମ୍ଭାବନା ରହିଛି । ଏହାପରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପଟେ ଓଡ଼ିଶାର ଦାର୍ଜିଲିଂ ଜି. ଉଦୟଗିରି ପାରଦ ୭ଡିଗ୍ରିରେ ପହଁଚିଥିବା ରେକର୍ଡ କରିଛି ଆଞ୍ଚଳିକ କୃଷି ଗବେଷଣା ଏବଂ ପରାମର୍ଶ କେନ୍ଦ୍ର ।ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସେହିପରି ଗତ ୪ଦିନ ହେବ କଟକ, ଭୁବନେଶ୍ବରରେ ମଧ୍ୟ ପାରଦ ୧୪ଡିଗ୍ରୀକୁ ଖସିଆସିଛି ।

Leave a Reply

Your email address will not be published. Required fields are marked *