ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଲା ସଭାପତି ଚୟନ କରିବାକୁ କଂଗ୍ରେସର କସରତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି। ସଂଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ଜିଲ୍ଲାକୁ ଜିଲ୍ଲା ବୁଲିବେ ।
ସେହିପରି ସାଙ୍ଗଠନିକ ନେତାଙ୍କ ସହ ଆଲୋଚନା ପରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରିବେ ପର୍ଯ୍ୟବେକ୍ଷକ। ଯେଉଁ ରିପୋର୍ଟ ଆଧାରରେ ଜିଲ୍ଲା ସଭାପତିଙ୍କ ନାଁରେ ବାଜିବ ମୋହର। ଓଡ଼ିଶା ପାଇଁ ୩୫ ଜଣିଆ ପର୍ଯ୍ୟବେକ୍ଷକଙ୍କ ତାଲିକା ଘୋଷଣା କରିଛି ଏଆଇସିସି। ଯେଉଁମାନେ ଖୁବଶୀଘ୍ର ଓଡ଼ିଶା ଆସିବା ସହ ତୃଣମୂଳସ୍ତରରେ ବୁଲି ସଙ୍ଗଠନ ବାବଦରେ ଆଲୋଚନା କରିବେ। ପୂର୍ବରୁ ମଧ୍ୟପ୍ରଦେଶ ଓ ହରିୟାଣାରେ ଜିଲ୍ଲା ସଭାପତି ବାଛିଛି କଂଗ୍ରେସ। ଏବେ ପଞ୍ଜାବ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଓଡ଼ିଶାରେ ସମାନ ଫର୍ମୁଲା ଆପଣାଇବ କଂଗ୍ରେସ ଦଳ ।ଓଡ଼ିଶାରେ କଂଗ୍ରେସ ଏବେ ଶକ୍ତିଶାଳୀ ହେବାକୁ ଚାହୁଁଛି ।
ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସ ଜାରି କଲା ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା
