ଉପ-ରାଷ୍ଟ୍ରପତି ଭାବରେ ଶପଥ ନେଲେ ସି.ପି. ରାଧାକ୍ରିଷ୍ଣନ୍

ନୂଆଦିଲ୍ଲୀ: ଦେଶର ପନ୍ଦର ତମ ଉପ-ରାଷ୍ଟ୍ରପତି ଭାବରେ ସିପି ରାଧାକ୍ରିଷ୍ଣନ୍ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଧାକ୍ରିଷ୍ଣନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇ ଅଛନ୍ତି । ଏନେଇ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି ଶପଥ ସମାରୋହ । ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍ ।

ସୂଚନାଯୋଗ୍ୟ, ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୧ ଜୁଲାଇ ସନ୍ଧ୍ୟାରେ ଇସ୍ତଫା ଦେଇଥିଲେ । ଧନଖଡଙ୍କ ଇସ୍ତଫା ପରେ ହିଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ଇଣ୍ଡି ମେଣ୍ଟର ବି. ସୁଦର୍ଶନ ରେଡ୍ଡିଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନରେ ​​ତାଙ୍କୁ ୪୫୨ ଭୋଟ ମିଳିଥିଲା । ​​ଅଲ୍ ଇଣ୍ଡିଆ ଆଲାଏନ୍ସ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *