ଚେନ୍ନାଇ : ସାମୁଦ୍ରିକ ଝଡ଼ ଦିତୱା ପ୍ରଭାବ ରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରତିକୂଳ ପାଗ ଯୋଗୁଁ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ବିମାନ, ରେଳ ଏବଂ ସଡ଼କ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି। SDRF ଏବଂ NDRF ର ଦଳ ସମେତ ଅନେକ ବିପର୍ଯ୍ୟୟ ମୁକାବିଲା କର୍ମଚାରୀ ପ୍ରସ୍ତୁତ ହେଇ ରହିଛନ୍ତି। । SDRF ଏବଂ NDRF ସମେତ ପ୍ରାୟ 28ଟି ବିପର୍ଯ୍ୟୟ ପ୍ରତିକ୍ରିୟା ଦଳ ପ୍ରସ୍ତୁତ ଅଛନ୍ତି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅନେକ ଅଞ୍ଚଳ ରେଡ୍ ଆଲର୍ଟରେ ରହିଛି। ଶ୍ରୀଲଙ୍କା ରେ ତାଣ୍ଡବ ପରେ ଏବେ ଭାରତ ରେ ତାର ପ୍ରଭାବ ଦେଖିବାକୁ ମିଳିଛି। ଆଇଏମଡି ସୂଚନାନୁଯାଇ ଡିସେମ୍ବର ୧ ତାରିଖ ସକାଳ ସୁଦ୍ଧା ୬୫ କିଲୋମିଟର ବେଗରେ ପବନ ବହିବ। ଡିସେମ୍ବର ୧ ଏବଂ ୨ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ଝଡ଼ ପାଇଁ
୧୬ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି ଏବଂ ୨୪ଟି କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ହେବାକୁ ଥିବା ଲୋକଙ୍କ ପାଇଁ ୬ ହଜାରରୁ ଅଧିକ ରିଲିଫ୍ କ୍ୟାମ୍ପ ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ସ୍ଥାନକୁ ଯାଉଥିବା ୫୪ଟି ବିମାନ ସେବା ବାତିଲ୍ କରାଯାଇଛି।
ସାମୁଦ୍ରିକ ଝଡ଼ ‘ଦିତୱା’ ପ୍ରଭାବ ତାମିଲନାଡୁ-ପୁଡୁଚେରୀ ରେ ପ୍ରବଳ ବର୍ଷା
