ନୂଆଦିଲ୍ଲୀ: ଦେଶରେ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଆନୁଷ୍ଠାନିକ ଭାବରେ ପଞ୍ଜିକରଣ କରିବା ପାଇଁ ସ୍ଥାନୀୟ ନିୟମ ପାଳନ କରୁନଥିବାରୁ ନେପାଳ ସରକାର ଏହାକୁ ନିଷେଧ ଘୋଷଣା କରିଛନ୍ତି। ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ଭଳି ପ୍ରମୁଖ ସେବା ସମେତ ୨୬ଟି ପ୍ଲାଟଫର୍ମକୁ ବ୍ୟାନ୍ କରାଯିବ ।
ସରକାର ୨୪ରୁ ଅଧିକ ବ୍ୟବହୃତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସେମାନଙ୍କର କମ୍ପାନୀଗୁଡ଼ିକୁ ପଞ୍ଜିକରଣ କରିବା ପାଇଁ ବାରମ୍ବାର ସୂଚିତ କରିଥିଲେ ମଧ୍ୟ ସେମାନେ ପଞ୍ଜୀକରଣ କରିନଥିବା କାରଣରୁ, ସେମାନଙ୍କୁ ଖୁବଶିଘ୍ର ବ୍ୟାନ୍ କରାଯିବ ବୋଲି ନେପାଳର ଯୋଗାଯୋଗ ଏବଂ ସୂଚନା ମନ୍ତ୍ରୀ ପୃଥ୍ୱୀ ସୁବା ଗୁରୁଙ୍ଗ କହିଛନ୍ତି ।
