ଖରିଫ ଧାନ କିଣାରେ ଅବ୍ୟବସ୍ଥା ନେଇ ତେଜିଲା ଚାଷୀ ଆନ୍ଦୋଳନ, ୧୨ ଘଣ୍ଟା ପାଇଁ ସମ୍ବଲପୁର ବନ୍ଦ

ସମ୍ବଲପୁର: ଖରିଫ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ପାଇଁ ଶହ ଶହ ସଂଖ୍ୟାରେ ଚାଷୀ ସାମିଲ ହୋଇଛନ୍ତି । ଏଥିପାଇଁ ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି।

ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ୯୦% ଦ୍ୱିତୀୟ ପର୍ଯ୍ୟାୟ ଟୋକନ୍ ମିଳିଛି । ଜିଲ୍ଲାର ୧୮୦୦ ଚାଷୀ ଏଯାଏଁ ଜମାରୁ ଟୋକନ୍ ପାଇନାହାନ୍ତି । ସମବାୟ ବିଭାଗ ଇ-କେୱାଇସି, ବ୍ୟାଙ୍କ ଲିଂକେଜ ଭଳି କାରଣ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି ବୋଲି ସଙ୍ଗଠନ ସଭାପତି ବ୍ୟୋମକେଶ ଠାକୁରଙ୍କ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *