ପାରାଦ୍ୱୀପ : ପାରାଦୀପ ଇକୋ କୋଲୋନିଲ ଜାହାଜରେ ଲାଗିଲା ନିଆଁ । ଜାହାଜରେ ଲାଗିଥିବା ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ଓ CISF ନିଯୁକ୍ତ ହେଇଛନ୍ତି । ଶନିବାର ବିଳମ୍ବିତ ରାତିରେ ପାରାଦୀପ ବନ୍ଦରରେ ଥିବା ଇକୋ କୋଲୋନିଲ ଜାହାଜରେ ଲାଗିଯାଇଥିଲା ନିଆଁ । କୋଇଲା ବୋଝେଇ ଜାହାଜରେ ଲୋଡିଂ ବେଳେ ନିଆଁ ଲାଗିଯାଇଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ CISF ବାହିନୀକୁ ଖବର ଦିଆଯାଇଥିଲା । ତୁରନ୍ତ ଉଭୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।
ପାରାଦ୍ୱୀପ ବନ୍ଦର ଜାହାଜ ରେ ଲାଗିଲା ନିଆଁ
