ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଅନୁମୋଦିତ ହୋଇଥିବା ପ୍ରସ୍ତାବ ଗୁଡିକ ହେଲା ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା, ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ସଂଶୋଧନ, ଓଡ଼ିଶା ଲ’ ଅଫିସର୍ ନିୟମାବଳୀ ୧୯୭୧ ନିୟମକୁ ସଂଶୋଧନ, ଓଡ଼ିଶା ଦ୍ରବ୍ୟ ଓ ସେବା କର ଅଧିନିୟମରେ ସଂଶୋଧନ ଏବଂ ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ, ୨୦୦୮ ର ସଂଶୋଧନ।
ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରେସମିଟ୍ରେ ସୂଚନା ପ୍ରଦାନ କରିଛନ୍ତି ।