କଟକ: କଟକରେ ନିର୍ମାଣ ହେବ ରୌପ୍ୟ ତାରକସି ସର୍ବ ସାଧାରଣ ସୁବିଧା କେନ୍ଦ୍ର । ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ଶ୍ରୀମତି ପରିଡା କହିଛନ୍ତି ଯେ, ଏକ ବର୍ଷ ମଧରେ ୧୫ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ସିଡିଏ ସେକ୍ଟର ୬ରେ ହେବାକୁ ଥିବା ଏହି କେନ୍ଦ୍ରରେ ଅତ୍ୟାଧୁନିକ ମେସିନ ସହଯୋଗରେ ତାରକସି କାମ ସବୁ ତିଆରି ହେବ । ଏଥି ସହିତ ପ୍ରଶିକ୍ଷଣ, ପର୍ଯ୍ୟଟକଙ୍କ ପାଇଁ ପରିଦର୍ଶନ ସୁଯୋଗ ରହିବ । ଯାହାଦ୍ୱାରା ତାରକସି କାମ କରୁଥିବା ୪୦୦ ପରିବାର ଉପକୃତ ହେବେ । ପୂର୍ବ ସରକାରଙ୍କ ଉଦ୍ୟମରେ କଟକ ର ପ୍ରସିଦ୍ଧ ତାରକସୀ କାମକୁ କେନ୍ଦ୍ରରୁ ଜି.ଆଇ. ଟ୍ୟାଗ୍ ମିଳିବା ପରେ ଏବେ କଟକରେ ଏକ ରୌପ୍ୟ ତାରକସୀ ଉତ୍କର୍ଷ କେନ୍ଦ୍ର କରିବାକୁ ଶିଳାନ୍ୟାସ ହୋଇଛି । ଏହି ଉତ୍କର୍ଷ ତାରକସୀ କେନ୍ଦ୍ର ନିର୍ମାଣ କାମ ବର୍ଷେ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ସୂଚନା ମିଳିଛି।
ଖୁବଶୀଘ୍ର ନିର୍ମାଣ ହେବ ରୌପ୍ୟ ତାରକସି ସୁବିଧା କେନ୍ଦ୍ର
