ଭୁବନେଶ୍ଵର: ରାସନ୍ ହିତାଧିକାରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ସୂଚନା ଜାରି କରିଛନ୍ତି ସରକାର । ଯେଉଁମାନେ e-KYC କରିନଥିବେ, ସେମାନଙ୍କ ପାଇଁ ଆସନ୍ତା ମାସରୁ ଚାଉଳ ବଣ୍ଟନ ବନ୍ଦ ହେବ। ଏହା ସମ୍ପର୍କରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ପାତ୍ରକଂ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୬୭ ହଜାର ହିତାଧିକାରୀ e-KYC କରିନାହାନ୍ତି। ତଥାପି ସେମାନଙ୍କୁ ଏପର୍ଯ୍ୟନ୍ତ ଚାଉଳ ଯୋଗାଯାଉଛି, କିନ୍ତୁ ଏହା ଖୁବଶୀଘ୍ର ବନ୍ଦ କରାଯିବ।
ମନ୍ତ୍ରୀ କହିଛନ୍ତି, “ଯେଉଁମାନେ e-KYC କରିବେ ନାହିଁ, ସେମାନକୁଁ ଆଉ ଚାଉଳ ମିଳିବନାହିଁ। କେନ୍ଦ୍ର ସରକାର ସମୟ ବଢାଇଲେ ଆମେ ମଧ୍ୟ ବଢାଇପାରିବୁ। କିନ୍ତୁ ଯଦି କିଏ ବାଦ୍ ରହିଯାଇଥାଏ, ସେମାନେ ଲିଖିତ ଭାବରେ ଅଭିଯୋଗ କରିବାକୁ ପଡିବ, ତାହା ପରେ ଆମେ ବିଚାର କରିବୁ।”
ସରକାର ସ୍ପଷ୍ଟ କରିଛି ଯେ, e-KYC ନ କରିଥିବା ହିତାଧିକାରୀମାନଙ୍କୁ ଆଗାମୀ ଦିନରେ ରାସନ୍ ସୁବିଧା ମିଳିବ ନାହିଁ, ତେଣୁ ସମସ୍ତଙ୍କୁ ଶୀଘ୍ର e-KYC ପ୍ରକ୍ରିୟା ସମାପ୍ତ କରିବାକୁ ଅନୁରୋଧ।
