ପୁରୀ : ୨୦୨୫ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରୁ ମାଆ ମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ ଟି ସ୍ଥାନରେ ହବିଷ୍ୟାଳୀମାନଙ୍କ ରହଣି ବ୍ୟବସ୍ଥା କରାଯାଇଛି। ଅନଲାଇନ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା। ଯାଞ୍ଚ ପରେ ଯୋଗ୍ଯ ବିବେଚିତ ହବିଷ୍ୟାଳୀ ମାଆ ମାନେ ସେମାନଙ୍କ ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରମାନଙ୍କରେ ପହଞ୍ଚିବା ଆରମ୍ଭ କଲେଣି। ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡା ସମସ୍ତ ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ ଓ ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ହବିଷ୍ୟାଳୀ କେନ୍ଦ୍ରରୁ ମନ୍ଦିର ଦର୍ଶନ ବ୍ୟବସ୍ଥାର ଡ୍ରାଇ ରନ କରିଥିଲେ।ଗୋଟିଏ ମାସ ମାଆମାନେ ହବିଷ୍ୟାଳୀ କେନ୍ଦ୍ରରେ ରହି ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଳନ କରିବେ। ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ରରେ ମାଆ ମାନେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଛି।
ଆରମ୍ଭ ହୋଇଛି ହବିଷ୍ୟାଳୀ ବ୍ରତ
