ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେଏବେ ଅଞ୍ଚଳରେ ଭାଷା ନେଇ ଚର୍ଚ୍ଚା ଚାଲିଛି। ଜଣେ ବିଜେଡି ଯୁବନେତା କହିଛନ୍ତି ଯେ, ଯଦି କେହି ଏହି ଅଞ୍ଚଳକୁ ଦେଖନ୍ତି, ତେବେ ଲାଗିବ ଯେଏଣି ଏଠା ଓଡ଼ିଶା ନୁହେଁ, ବରଂ ଛତିଶଗଡ଼ର ଅଂଶ।ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାରେ ଥିବାରୁ ଏଠାର ଲୋକ ଦୈନିକ ଜୀବନରେ ଛତିଶଗଡ଼ ସହ ଘନିଷ୍ଠ ସମ୍ପର୍କ ରଖନ୍ତି। ଚିକିତ୍ସା, ବ୍ୟବସାୟ, ଉଚ୍ଚଶିକ୍ଷା ପାଇଁ ରାୟପୁର, ମହାସମୁନ୍ଦ ଭଳି ସହର ଉପରେ ନିର୍ଭର କରନ୍ତି। ସେହିପରି ଛତିଶଗଡ଼ ସହ ସଂଯୋଗ ଅଧିକ ଥିବାରୁ ଏଠାରେ ହିନ୍ଦୀ ଓ ଛତିଶଗଡ଼ୀ (ଲରିଆ) ଭାଷାର ବହୁଳ ବ୍ୟବହାର ହେଉଛି।କାଦୋମେରୀ ପଞ୍ଚାୟତ ଗୁଡାପଦ ଗ୍ରାମର ଶୈଳେଶ ପଟେଲ କହିଛନ୍ତି, “ଏଠାରେ ଛତିଶଗଡ଼ୀ ଲୋକ ବ୍ୟବସାୟ କରୁଥିବାରୁ ଲରିଆ ଭାଷା ଚାଲିଛି।” ପଞ୍ଚମପୁରର ସୋମନାଥ ଦେବାଙ୍ଗନ ମଧ୍ୟ କହିଛନ୍ତି, “ଅଧିକାଂଶ ଲୋକ ଏବେ ହିନ୍ଦୀ ଓ ଲରିଆ ଭାଷାରେ କହୁଛନ୍ତି।”ସ୍ଥାନୀୟ ବଜାର, ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନର ନାମଫଳକ ହିନ୍ଦୀ କିମ୍ବା ଇଂରାଜୀରେ ଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାର ଓଡ଼ିଆ ନାମଫଳକ ବାଧ୍ୟତାମୂଳକ କରିଥିଲେ ମଧ୍ୟ ଏଠାରେ ତାହାର ଉଲ୍ଲଂଘନ ସ୍ପଷ୍ଟ ଦେଖାଯାଉଛି।ଚୁହ୍ଲାଭଟା ପଞ୍ଚାୟତ ଗଙ୍ଗାଦିଗଡ ଗ୍ରାମର ନରସିଂହ ମାଝୀ କହିଛନ୍ତି, “ସ୍କୁଲରେ ଓଡ଼ିଆ ଶିକ୍ଷା ଥିଲେ ମଧ୍ୟ ପିଲାମାନେ ସ୍କୁଲ ପରେ ଲରିଆ ଭାଷାରେ କଥା ହୁଏ।” କେତେକ ଗ୍ରାମରେ ପୁରୁଷମାନେ ଓଡ଼ିଆ (କୋଶଳୀ/ସମ୍ବଲପୁରୀ) କହିପାରୁଥିଲେ ମଧ୍ୟ ମହିଳାମାନେ ଓଡ଼ିଆ କହିପାରୁନାହାନ୍ତି।ନୂଆପଡ଼ା ବ୍ଲକର ସାରାବଙ୍ଗ, ଧରମବନ୍ଧା, ଭରୁଆମୁଣ୍ଡା, ବେଲଟୁକୁରୀ, ବିଶୋରା, ଭାନପୁର ଭଳି ଅନେକ ଗ୍ରାମ ସହିତ କୋମନା ବ୍ଲକର କୁରୁମପୁରୀ, ଲଖନା, ତରବୋଡ, ପେଣ୍ଡ୍ରାବନ୍ଦ ଆଦି ଅଞ୍ଚଳରେ ମଧ୍ୟ ଲରିଆ ଭାଷାରେ କଥା ହେଉଛି।ଏବେ ଉପନିର୍ବାଚନ ପ୍ରଚାର ସମୟରେ ପୋଷ୍ଟର, ବ୍ୟାନର ଓ ଗୀତ ମଧ୍ୟ ହିନ୍ଦୀ ଓ ଲରିଆ ଭାଷାରେ ହେଉଛି। ଏଥିରୁ ସ୍ପଷ୍ଟ ଯେ, ଓଡ଼ିଆ ଭାଷା ପ୍ରତି ଅଞ୍ଚଳରେ ଆଗ୍ରହ ହ୍ରାସ ପାଉଛି।ସ୍ଥାନୀୟ ନେତାମାନେ ମଧ୍ୟ ପ୍ରଚାର ସମୟରେ ଛତିଶଗଡ଼ୀ ଭାଷାରେ ଭାଷଣ ଦେଉଛନ୍ତି। ଦୀର୍ଘଦିନ ଧରି ଶାସନ କରିଥିବା କଂଗ୍ରେସ ଓ ବିଜେଡି ଓଡ଼ିଆ ଭାଷା ପ୍ରଚାର ପାଇଁ ପଦକ୍ଷେପ ନେଇ ନଥିଲେ। ଓଡ଼ିଆ ଅସ୍ମିତା ନାମରେ ଭୋଟ ମାଗୁଥିବା ଭାଜପା ମଧ୍ୟ ଏବେ ଲରିଆ ଭାଷାରେ ପ୍ରଚାର କରୁଛି, ଯାହା ଓଡ଼ିଆ ପ୍ରତି ତାଙ୍କର ସମ୍ବେଦନା ଉପରେ ପ୍ରଶ୍ନ ତୁଲୁଛି।
ନୂଆପଡ଼ାରେ ହିନ୍ଦୀ ଓ ଲରିଆ ଭାଷା ଆଗରେ ଓଡ଼ିଆ ଅସ୍ମିତା ଅସ୍ତିତ୍ବ ହରାଇଛି
Oplus_131072
