ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଛି ଭାରତ। ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଗୁରୁତ୍ବ ଦେବା ସହ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।
ପୂର୍ବରୁ ଟ୍ରମ୍ପ ଭାରତ ଉପରେ ୨୦-୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ନେଇ ଇଙ୍ଗିତ ଦେଇଥିଲେ। ଅନ୍ୟ ଯେକୌଣସି ଦେଶ ଅପେକ୍ଷା ନୂଆଦିଲ୍ଲୀ, ଆମେରିକା ଉପରେ “ସର୍ବୋଚ୍ଚ ଶୁଳ୍କ” ଲାଗୁ କରିବାର ଅଭିଯୋଗ ଆଣି ଟ୍ରମ୍ପ ଏହି ନିଷ୍ପତ୍ତି ନେଇଛନ୍ତି।