୨୫% ଶୁଳ୍କ ସହ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଟ୍ରମ୍ପ ଦେଲେ ବଡ଼ ଇସାରା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତି ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ଲଗାତାର ଭାବରେ ଟ୍ରମ୍ପ କହି ଆସୁଛନ୍ତି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଶୀଘ୍ର ହୋଇପାରେ । ଯାହା ଆଶା ସୃଷ୍ଟି କରିଛି ଯେ ଏହି ଚୁକ୍ତି ଅଗଷ୍ଟ ୧ ପୂର୍ବରୁ ହୋଇପାରେ । କିନ୍ତୁ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ କୌଣସି ଠୋସ୍ ନିଷ୍ପତ୍ତି ନିଆଯାଇ ନଥିବାରୁବ୍ୟବସାୟିକ ମହଲରେ ଅନିଶ୍ଚିତତା ବୃଦ୍ଧି କରିଛି ।ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି ଯେ ଭାରତ ସହିତ ବାଣିଜ୍ୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ଭାବରେ ଚାଲିଛି, କିନ୍ତୁ ସେହି ସମୟରେ ସେ ଏହା ମଧ୍ୟ ସୂଚିତ କରିଛନ୍ତି ଯେ ଭାରତରୁ ଆସୁଥିବା ଉତ୍ପାଦଗୁଡ଼ିକ ଉପରେ ୨୦% ରୁ ୨୫% ଆମଦାନୀ ଶୁଳ୍କ ଲାଗୁ କରାଯାଇପାରେ ।

Leave a Reply

Your email address will not be published. Required fields are marked *