ଆମେରିକାକୁ ଭୁଲ୍ ମାଗିବ ଭାରତ : ବାଣିଜ୍ୟ ସଚିବଙ୍କ ଦାବି

ନୂଆଦିଲ୍ଲୀ: ଭାରତ ଆଗାମୀ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବ ଏବଂ ଭୁଲ ମାଗିବ। ଏନେଇ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଦାବି କରିଛନ୍ତି।ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିବ ଭାରତ। ସେ ଭାରତକୁ ବ୍ରିକ୍ସ ଗୋଷ୍ଠୀରେ ଋଷ ଏବଂ ଚୀନ୍ ମଧ୍ୟରେ ‘ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ’ ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ଭାବୁଛି, ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ଭାରତ ଆଲୋଚନା ଟେବୁଲରେ ରହିବ ଏବଂ ଆମେରିକାକୁ କ୍ଷମା ମାଗିବ।
ଭାରତ ଋଷରୁ ଅଶୋଧିତ ତୈଳ କିଣିବା ନେଇ ଟ୍ରମ୍ପଙ୍କ ମତାମତ ସହିତ ସହମତ ହୋଇଥିଲେ ଆମେରିକାର ବାଣିଜ୍ୟ ମନ୍ତ୍ରୀ। ସେ କହିଛନ୍ତି, “ଋଷ ସହ ସଂଘର୍ଷ ପୂର୍ବରୁ, ଭାରତ ଋଷରୁ ଦୁଇ ପ୍ରତିଶତରୁ କମ୍ ତେଲ କିଣୁଥିଲା, କିନ୍ତୁ ଏବେ ଏହା ୪୦%ରେ ପହଞ୍ଚିଛି ।” ଭାରତ, ଆମେରିକାକୁ ସମର୍ଥନ କରିବା ଏବଂ ଋଷ ଏବଂ ଚୀନ୍ ସହିତ ମେଣ୍ଟ କରିବା ମଧ୍ୟରୁ କାହାକୁ ବାଛିବାକୁ ପଡିବ। କାରଣ ସେମାନେ ବ୍ରିକ୍ସରେ ଋଷ ଏବଂ ଚୀନ୍ ମଧ୍ୟରେ ଏକ ସଂଯୋଗ ବୋଲି ସେ କହିଛନ୍ତି।
ଟ୍ରମ୍ପ୍ ଟ୍ରୁଥ ସୋସିଆଲରେ ଏକ ବାର୍ତ୍ତା ପୋଷ୍ଟ କରିବାର କିଛି ଘଣ୍ଟା ପରେ ଲୁଟନିକଙ୍କ ମନ୍ତବ୍ୟ ଆସିଛି।

Leave a Reply

Your email address will not be published. Required fields are marked *