ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ହେବେ ଭାରତର ୫୩ତମ ପ୍ରଧାନ ବିଚାରପତି

Oplus_131072

ନୂଆଦିଲ୍ଲୀ: ଭାରତ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ଦେଶର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ନିଯୁକ୍ତ କରାଯାଇଛି। ସେ ଆସନ୍ତା ନଭେମ୍ବର ୨୪ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ।କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ବିଜ୍ଞପ୍ତିରେ ଏହି ନିଯୁକ୍ତି ସମ୍ପର୍କରେ ଆଧିକାରିକ ଘୋଷଣା କରାଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ବି.ଆର୍‌. ଗବଇ ନଭେମ୍ବର ୨୩ରେ ଅବସର ଗ୍ରହଣ କରିବେ, ଯାହା ପରେ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ତାଙ୍କ ସ୍ଥାନ ନେବେ।ସମ୍ବିଧାନରେ ଦିଆଯାଇଥିବା ଅଧିକାର ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନୂତନ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ଏହା ୨୦୨୫ ନଭେମ୍ବର ୨୪ରୁ ପ୍ରଭାବୀ ହେବ ବୋଲି ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି।ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ପ୍ରାୟ ୧୫ ମାସ ପର୍ଯ୍ୟନ୍ତ ସିଜେଆଇ ପଦରେ ରହିବେ ଏବଂ ୨୦୨୭ ଫେବୃଆରୀ ୯ରେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *