ଭୁବନେଶ୍ୱର: ନକ୍ସଲ ଅସ୍ତ୍ରବିରତି ଘୋଷଣା କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଏମିତି କିଛି ବଡ଼ ଖବର ସାମ୍ନାକୁ ଆସିଛି। ସିପିଆଇ-ମାଓବାଦୀ ଘୋଷଣା କରିଛନ୍ତି ଅସ୍ତ୍ରବିରତି। ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ । ସୁରକ୍ଷା କର୍ମୀଙ୍କ ମାରାଥନ ମାଓ ବିରୋଧୀ ଅପରେସନ ପରେ ନରମିଲା ମାଓ ସଂଗଠନ। ଆଉ କୌଣସି ବାଟ ନପାଇ ଶେଷରେ ନିଃସର୍ତ୍ତ ଯୁଦ୍ଧବିରତି ଘୋଷଣା କରିଛନ୍ତି ମାଓବାଦୀ। ଏନେଇ ସୂଚନା ଦେଲେ ମାଓ ସଂଗଠନ ମୁଖପାତ୍ର ଅଭୟ। ଅସ୍ତ୍ର ତ୍ୟାଗ କରିବା ପାଇଁ ଏକ ମାସ ସମୟ ମାଗିଛି ନକ୍ସଲ ବାହିନୀ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ନିଜ ଘୋଷଣାରେ ଅସ୍ତ୍ରତ୍ୟାଗ ଓ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ବୋଲି କହିଛି। ନକ୍ସଲମାନେ ଏହି ପ୍ରକ୍ରିୟାକୁ ଔପଚାରିକ ରୂପ ଦେବା ପାଇଁ ଏକ ମାସର ସମୟ ମାଗିଛନ୍ତି ।
୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶରୁ ସମ୍ପୂର୍ଣ୍ଣ ନକ୍ସଲ ଦମନ ପାଇଁ ଶେଷ ତାରିଖ ଧାର୍ଯ୍ୟ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମାଓବାଦୀଙ୍କ ଯୁଦ୍ଧ ବିରତି ଘୋଷଣା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ଏକ ବଡ଼ ଉପଲବ୍ଧି ବୋଲି କୁହାଯିବ।
ଅସ୍ତ୍ରବିରତି ଘୋଷାଣା କଲେ ନକ୍ସଲ
