ଭୁବନେଶ୍ବର: ରାଜ୍ୟରେ ଚାଲିଛି ବିଧାନସଭା ଶୀତ ଅଧିବେଶନ। ଏହାରି ମଧ୍ଯରେ ଗୃହରେ ଏକ ବଡ଼ ଖୁଲାସା ହୋଇଛି। ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ତଥ୍ୟ ଖୁଲାସା କରିଛନ୍ତି। ରାଜ୍ୟର ୩୨ଟି ନିଗମରେ ମୋଟ ୧୦,୨୬୪ଟି ପଦବୀ ଖାଲି ପଡ଼ିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ମହାପାତ୍ର ଗୃହକୁ ଅବଗତ କରାଇଛନ୍ତି ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଗମ କର୍ମଚାରୀ ଅଭାବରେ ସଂଘର୍ଷ କରୁଛନ୍ତି। ସେ ଖାଲିଥିବା ପଦବୀର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି । ଓଡ଼ିଶା କୃଷି ଶିଳ୍ପ ନିଗମରେ ୨୮୮ଟି, ଓଡ଼ିଶା ବିହନ ନିଗମରେ ୧୦୩ଟି, ଓଡ଼ିଶା ଖଣି ନିଗମରେ ୧,୧୬୩ଟି, ଓଡ଼ିଶା ନିର୍ମାଣ ନିଗମରେ ୪୮୩ଟି, ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ୧,୧୧୨ଟି, ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନରେ ୩,୨୬୧ଟି ପଦ ଖାଲି, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମରେ ୨୦୫ଟି , ଓଡ଼ିଶା ଉଠା ଜଳସେଚନ ନିଗମରେ ୧,୧୫୦, ଓଡ଼ିଶା ୱେରହାଉସିଂ କର୍ପୋରେସନରେ ୩୪୯, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ ୩୬୧, ୱାଟକୋରେ ୬୫ ଏବଂ ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଅଧିନରେ ୧୧୭ଟି ପଦବୀ ଖାଲି ପଡିଥିବା ସେ ସୂଚନା ଦେଇଛନ୍ତି ।
ରାଜ୍ୟରେ ୩୨ ନିଗମରେ ଖାଲି ପଡ଼ିଛି ୧୦ ହଜାରୁ ଉର୍ଦ୍ଧ୍ବ ପଦବୀ
