ନୂଆପଡ଼ା : ଉପନିର୍ବାଚନ ପାଇଁ ନୂଆପଡ଼ାରେ ପ୍ରଚାର ସରଗରମ ହୋଇଛି। ତିନି ଦଳ ନିର୍ବାଚନ ପାଇଁ ଘମାଘୋଟ ପ୍ରଚାର ଚଳାଇଥିବା ବେଳେ ବିଜେଡ଼ି ନିଜର ସ୍ଥିତି ଦିନକୁ ଦିନ ସୁଦୃଢ଼ କରିବାରେ ଲାଗିଛି। ଏହି କ୍ରମରେ ଆସନ୍ତା ୩ ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡ଼ି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନବୀନ ୩ ତାରିଖରେ କୋମନାରେ ପ୍ରଚାର କରିବେ । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୩ ତାରିଖରେ ନୂଆପଡ଼ା ଯିବେ। ସେହିପରି ୭ ତାରିଖରେ ନବୀନ ଦ୍ଵିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ଖରିଆର ରୋଡ଼ଠାରୁ ନୂଆପଡ଼ା ଯାଏଁ ବିଶାଳ ରୋଡ ଶୋ କରିବେ । ନବୀନଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହେବା ପରେ ଦଳର ନେତା, କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ବେଶ ଉତ୍ସାହିତ ଅଛନ୍ତି।
ନୂଆପଡ଼ା ଉପନିର୍ବାଚନ : ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ
