ନୂଆପଡ଼ା ନିର୍ବାଚନ ଆଗରୁ ନବୀନଙ୍କ ଭିଡିଓ ବାର୍ତ୍ତା, ୩ ତାରିଖରେ କୋମନା ଯିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ସୁପ୍ରିମୋ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।ଭିଡିଓରେ ସେ କହିଛନ୍ତି ଯେ, ଆସନ୍ତା ନଭେମ୍ବର ୩ ତାରିଖରେ ସେ କୋମନା ଆସି ଲୋକମାନଙ୍କ ସହ ମିଶିବେ ଓ କଥା ହେବେ। ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ପ୍ରଚାର କରିବେ ବୋଲି ନବୀନ ଭିଡିଓ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।ତାଙ୍କ ନିଆରା ଶୈଳୀରେ ନବୀନ ଲୋକଙ୍କୁ ସମ୍ବୋଧିତ କରି “ଆପଣମାନେ ଖୁସି ତ?” ବୋଲି ପଚାରିଛନ୍ତି, ଯାହା ତାଙ୍କ ଜନସମ୍ପର୍କ ଶୈଳୀକୁ ଆଉଥରେ ଉଜାଗର କରିଛି।

Leave a Reply

Your email address will not be published. Required fields are marked *