ଭୁବନେଶ୍ୱର: ଆସନ୍ତା ୧୧ ନଭେମ୍ବର ୨୦୨୫ରେ ହେବାକୁଥିବା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନକୁ ଲକ୍ଷ୍ୟ କରି ବିଜେଡି କରିଛି ବଡ ଘୋଷଣା। ନବୀନ କରିବେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର l ବିଜେଡି ତରଫରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୪୦ ଜଣ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଛି। ସେମାନଙ୍କ ମଧ୍ୟରୁ ମୁଖ୍ୟ ଆକର୍ଷଣ ହେଉଛନ୍ତି ବିଜେଡିର ସଭାପତି ଶ୍ରୀ ପଟ୍ଟନାୟକ lନବୀନ ପଟ୍ଟନାୟକ ନିଜେ ନୂଆପଡ଼ା ଗସ୍ତ କରି ପ୍ରଚାର କରିପାରନ୍ତି ବୋଲି ଦଳ ଆଶା ବ୍ୟକ୍ତ କରିଛି। କିଛି ମାସ ଧରି ଅସୁସ୍ଥତା କାରଣରୁ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ନବୀନ, ନିଜ ୭୯ତମ ଜନ୍ମଦିନ (୧୬ ଅକ୍ଟୋବର ୨୦୨୫) ଅବସରରେ ଭୁବନେଶ୍ୱରରେ ଏକ ପଦଯାତ୍ରା ମାଧ୍ୟମରେ ରାଜନୀତିକ ମଞ୍ଚକୁ ଫେରିଥିଲେ।ଦଳୀୟ ସୂତ୍ର ଅନୁସାରେ, ନୂଆପଡ଼ା ଉପନିର୍ବାଚନ ଅଭିଯାନ ସମୟରେ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭୋଟରମାନଙ୍କ ପାଇଁ ଏକ ବିଶେଷ ବାର୍ତ୍ତା ମଧ୍ୟ ଦେଇପାରନ୍ତି।ବିଜେଡି ପକ୍ଷରୁ ଅକ୍ଟୋବର ୧୫ରେ ନୂଆପଡ଼ା ପ୍ରାର୍ଥୀ ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା କରାଯାଇଥିଲା। ଘୋଷଣା ପରେ ଶ୍ରୀମତୀ ଛୁରିଆ ନବୀନଙ୍କୁ କୃତଜ୍ଞତା ଜଣାଇ ଆଶା ବ୍ୟକ୍ତ କରିଥିଲେ ଯେ ସେ ନୂଆପଡ଼ା ଆସି ତାଙ୍କ ପାଇଁ ପ୍ରଚାର କରିବେ।
ନୂଆପଡ଼ାର ମଙ୍ଗ ସମ୍ଭାଳିବେ ନବୀନ
Oplus_131072
