ଗଛ ମୂଳରୁ ନବଜାତ ଶିଶୁ ଉଦ୍ଧାର

Oplus_131072

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର-ଗୋପାଳପୁର ରାସ୍ତା ରାମଚନ୍ଦ୍ରପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଗଛ ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଥିବା ଘଟଣା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଜିଲା ପ୍ରଶାସନ ପକ୍ଷରୁ ଶିଶୁଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।ସ୍ଥାନୀୟ ସୂଚନା ଅନୁସାରେ, ଗଛ ତଳୁ ଶିଶୁଟି କାନ୍ଦିବା ଶୁଣି ଜଣେ ମହିଳା ଚରାଇବାଳି ସେଠାକୁ ଯାଇ ଦେଖିଥିଲେ। ସେ ପରେ ଅନ୍ୟ ଦୁଇଜଣ ଯୁବକ — ଓମ ମହାରଣା ଓ ସୁମନ ମହାରଣାଙ୍କୁ ଖବର ଦେଇଥିଲେ। ଦୁହେଁ ଘର କାମ ଛାଡି ଘଟଣାସ୍ଥଳକୁ ପହଞ୍ଚି ଗଛ ମୂଳରେ ଏକ ନୂଆ ବ୍ୟାଗ ଭିତରେ ଶିଶୁ ଥିବା ଦେଖିଥିଲେ।ଘରମାଲିକଙ୍କ ଉପସ୍ଥିତିରେ ବ୍ୟାଗ ଖୋଲିଲାବେଳେ ତାହାରେ ଏକ ନବଜାତ ଶିଶୁପୁତ୍ର ମିଳିଥିଲା। ଶିଶୁକୁ ମେଡିକାଲ ନେବା ପୂର୍ବରୁ ଡୁରା ଗ୍ରାମର କାଳିଆ ନାମକ ଜଣେ ବ୍ୟକ୍ତି ଶିଶୁଟିକୁ ଘରେ ରଖିବା ପାଇଁ ନେଇଯାଇଥିଲେ।ଘଟଣା ବିଷୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଚାଇଲ୍ଡଲାଇନ ସଂଯୋଜକ ଶୋଭିତ ଷଡ଼ଙ୍ଗୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ସେଠାରେ ପହଞ୍ଚି ସେମାନେ ଶିଶୁକୁ ଘରେ ରଖିଥିବା ଦେଖି ଗୋପାଳପୁର ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଗୋପାଳପୁର ପୋଲିସ ଓ ସାଂସ୍ଥା ଅଧିକାରୀ ଅରୁନ୍ଧତୀ ମେଡ଼ମ ଶିଶୁକୁ ଉଦ୍ଧାର କରିଥିଲେ। ଶିଶୁର ଓଜନ ୨ କିଲୋଗ୍ରାମ ରହିଥିବାରୁ ତାହାକୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟରେ ରଖି ଚିକିତ୍ସା କରାଯାଉଛି।

Leave a Reply

Your email address will not be published. Required fields are marked *