ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ, ବିପକ୍ଷର ସହଯୋଗ ପାଇଁ ଆଶାବାଦୀ

ଭୁବନେଶ୍ବର: ଆଜି ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ କାର୍ଯ୍ୟଦିବସରେ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଦେଇ ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏନେଇ ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତି ସୁରମା ପାଢୀଙ୍କୁ ଏହି ପ୍ରସ୍ତାବ ପ୍ରଦାନ କରିଛନ୍ତି । ତେବେ କଂଗ୍ରେସର ଏହି ଅନାସ୍ଥା ପ୍ରସ୍ତାବରେ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଦେଇଥିବା ସୂଚନା ରହିଛି । ଶ୍ରୀ କାଡାମ ବିଧାନସଭା କାର୍ଯ୍ୟପଦ୍ଧତିର ନିୟମ ୧୧୭ (୧) ବ୍ୟବହାର କରି ନୋଟିସରେ ସ୍ୱାକ୍ଷର କରିଥିଲେ। ପ୍ରସ୍ତାବରେ ଲେଖା ଅଛି, ଯେ “ଏହି ଗୃହ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ବର୍ତ୍ତମାନର ମନ୍ତ୍ରୀ ପରିଷଦ ଉପରେ ଅନାସ୍ଥା ପ୍ରକାଶ କରୁଛି।”

ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରସ୍ତାବକୁ ସମର୍ଥନ କରିଛନ୍ତି, ଯାହା ବିରୋଧୀଙ୍କ ମତକୁ ମଜବୁତ କରିପାରେ। ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *