ଡୁଲୁରୀ ପାଇନବଣରେ ପର୍ଯ୍ୟଟକ ହଇରାଣ— ପିଇବା ପାଣି ନାହିଁ, ବଣଭୋଜି ପାଇଁ ଆସି ହେଉଛନ୍ତି ହଟହଟା

Oplus_131072

ଦାରିଙ୍ଗବାଡ଼ି: ଶୀତ ଋତୁ ଆସିଲେ ସହିତ ଆସିଯାଏ ପର୍ଯ୍ୟଟନ ଋତୁ। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ସୁନ୍ଦର ପାହାଡ଼, ଜଳପ୍ରପାତ ଓ ପାଇନବଣ ଦେଖିବାକୁ ଆସୁଛନ୍ତି। ପରିବାର, ସାଙ୍ଗମାନଙ୍କ ସହ ଆସି ବଣଭୋଜି କରି ମଜା ନେଉଛନ୍ତି। କିନ୍ତୁ ଏହି ମଜାର ମଧ୍ୟରେ ଜନସାଧାରଣ ଜଳ ସମସ୍ୟାରେ ପଡ଼ୁଛନ୍ତି।ଡୁଲୁରୀ ପାଇନବଣ, କିସୁବାଡ଼ି ଓ ମିଡିୟୁବାନ୍ଦା ଜଳପ୍ରପାତରେ ଅଧିକ ପର୍ଯ୍ୟଟକ ଆସୁଥିବା ସତ୍ତେ, ମୌଳିକ ସୁବିଧା ନଥିବା ଅଭିଯୋଗ ଉଠିଛି। ବିଶେଷକରି ଡୁଲୁରୀ ପାଇନବଣରେ ପିଇବା ପାଣି ପାଇଁ ପର୍ଯ୍ୟଟକମାନେ ହଇରାଣ ହେଉଛନ୍ତି। ସମଗ୍ର ବଣ ଅଞ୍ଚଳରେ ମାତ୍ର ଦୁଇଟି ନଳକୂପ ରହିଛି, ଯେଉଁଥିରୁ ଆସୁଥିବା ପାଣି ଆଇରନଯୁକ୍ତ ଓ ଅପିତାପ୍ୟ ଅବସ୍ଥାରେ ରହୁଛି। ଏହି ପାଣି ନ ପିଇବା ଯୋଗ୍ୟ ନାହିଁ ଓ ଭୋଜନ ପାଇଁ ମଧ୍ୟ ଅପଯୁକ୍ତ।ଫଳରେ, ପର୍ଯ୍ୟଟକମାନେ ବାହାର ଦୋକାନରୁ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି। ସାଧାରଣତଃ ଯେଉଁ ପାଣି ବୋତଲ ୫୦ ଟଙ୍କାରେ ମିଳେ, ସେହି ପାଣି ଏଠାରେ କଳାବଜାରରେ ୨୦୦ ଟଙ୍କା ପର୍ଯ୍ୟନ୍ତ ହେଉଛି। ଏଥିରୁ ଅନେକ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏନେଇ ପ୍ଳିହେରୀ ପଞ୍ଚାୟତ ସରପଞ୍ଚ ପାଉଲ ପ୍ରଧାନ କହିଛନ୍ତି, “ଅଞ୍ଚଳରେ ଏକାଧିକ ଦିନ ଧରି ବର୍ଷା ହେଉଥିବାରୁ ପର୍ଯ୍ୟଟକ ଆସୁ ନଥିଲେ। ତେଣୁ ନଳକୂପଗୁଡିକ ବ୍ୟବହାର ହେଉନଥିଲା। ଏବେ ଯଦି ପାଣି ଖରାପ ଆସୁଛି, ତେବେ ଆମେ ମରାମତି କରିବୁ।”ସେ ଆହୁରି କହିଛନ୍ତି, “ଶୌଚାଳୟ ଚାଲୁ ନ ଥିବାର କାରଣ ହେଉଛି ବିଦ୍ୟୁତ ସଂଯୋଗ ନ ହେବା। ବିଦ୍ୟୁତ ସଂଯୋଗ ହେଲେ ଟାଙ୍କିକୁ ପାଣି ଯୋଗାଣ ହେବ ଓ ସମସ୍ୟାର ସମାଧାନ ହୋଇଯିବ।”ପର୍ଯ୍ୟଟକମାନେ ଏବେ ଆଶା କରୁଛନ୍ତି, ଶୀଘ୍ର ଏହି ପାଣି ଓ ଶୌଚାଳୟ ସମସ୍ୟାର ସମାଧାନ ହେବ ଯାହାଦ୍ୱାରା ଦାରିଙ୍ଗବାଡ଼ି ଭ୍ରମଣ ଅନୁଭବ ଅଧିକ ସୁଖକର ହେବ।

Leave a Reply

Your email address will not be published. Required fields are marked *