ଦୁର୍ନୀତି ମାମଲାରେ ଦୋଷୀ ସ୍ୟବସ୍ତ ହେଲେ ମିଳିବନି ପେନ୍‌ସନ୍‌: ହାଇକୋର୍ଟ

କଟକ: ଦୁର୍ନୀତିଖୋରଙ୍କୁ ଆଉ ନିସ୍ତାର ନାହିଁ। ଏନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଏଣିକି ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିବନି ପେନ୍‌ସନ୍‌। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରୋଭିଜନାଲ୍‌ ପେନ୍‌ସନ୍‌ ବନ୍ଦ କରିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ବିଚାରଧୀନ ଥିବା ବେଳେ ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରୋଭିଜନାଲ ପେନସନ ମିଳିବ ନାହିଁ। ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡ ବିରୋଧରେ ଉପର ଅଦାଲତରେ କେବଳ ମାମଲା ଦାୟର କରିଦେଲେ ପୁନର୍ବାର ପ୍ରୋଭିଜନାଲ୍ ପେନ୍‌ସନ୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ହକଦାର ହେବେ ନାହିଁ।
ଯଦି ଉପର ଅଦାଲତରେ ଭିଜିଲାନ୍ସ ଅଦାଲତ ରାୟ ଉପରେ ରହିତାଦେଶ ଜାରି କରାଯାଏ ବା ରଦ୍ଦ ହୁଏ, ତେବେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବନ୍ଦ କରାଯାଇଥିବା ପ୍ରୋଭିଜନାଲ ପେନ୍‌ସନ୍‌ ପୁନର୍ବାର ପ୍ରଦାନ କରାଯାଇପାରିବ ।

Leave a Reply

Your email address will not be published. Required fields are marked *