ହାଇଦ୍ରାବାଦରେ ଚାଞ୍ଚଲ୍ୟ : ଓଡ଼ିଆ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା !

ଭୁବନେଶ୍ବର : ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ଏବେ ଏପରି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଯାହାକି ଏବେ ଚାଞ୍ଚଲ୍ୟର ବିଷୟ ପାଲଟିଛି। ତେଲଙ୍ଗାନା ହାଇଦ୍ରାବାଦରେ ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଭରତପୁର ଅଞ୍ଚଳର ମହିଳା ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ୪ ବର୍ଷର ପୁଅଟିଏ ମଧ୍ୟ ଅଛି। ସ୍ବାମୀ ହାଇଦ୍ରାବାଦରେ ଇଲେକ୍ଟ୍ରିକାଲ ମେଣ୍ଟନାନ଼ସ ବିଭାଗରେ ଭାବେ କାମ କରୁଥିଲେ। ୬ ମାସ ପୂର୍ବେ ସ୍ତ୍ରୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ। ସେଠାରେ ମହିଳା ଜଣକ ଶ୍ରମିକଙ୍କ ପିଲାଙ୍କ ପାଠପଢା ଦାୟିତ୍ବରେ ଥିଲେ।ଗତ ୧୧ ତାରିଖରେ ତାଙ୍କ ସ୍ବାମୀ ପୁଅକୁ ଧରି ଓଡ଼ିଶା ଆସିଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଶିକ୍ଷୟିତ୍ରୀଙ୍କ ଘର ଭିତରେ ପଶି ଖଟ ତଳେ ଲୁଚି ରହିଥିଲା ଦୁର୍ବୁତ୍ତ । ମହିଳା ଜଣକ ରୁମକୁ ଆସିବା ପରେ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ। ସିସିଟିଭି ଫୁଟେଜରେ କଏଦ ହୋଇଛି ଅଭିଯୁକ୍ତର ଚିତ୍ର।

Leave a Reply

Your email address will not be published. Required fields are marked *