ଭୁବନେଶ୍ବର : ଆନ୍ଦୋଳନ ସ୍ଥଗିତ ରଖିଲା ଅମଲା ସଂଘ। ୧୫ ଦିନ ଧରି ଚାଲିଥିବା ଆନ୍ଦୋଳନ ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରହିଛି। ଏଥିସହ ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଜିଠୁ କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ।
ପୂର୍ବରୁ ଛୁଟି ବାତିଲ କରିଥିଲେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇନଥିଲେ କର୍ମଚାରୀ। ଅଗଷ୍ଟ ୧୧ରୁ ଓଡ଼ିଶା ରାଜସ୍ୱ ଅମଲା ସଂଘ ସମୂହ ଛୁଟିରେ ଥିଲେ। ବିନା ଅନୁମତିରେ ଛୁଟିରେ ରହିବା ସହ କାର୍ଯ୍ୟରେ ଯୋଗ ଦେଉନଥିବାରୁ କର୍ମଚାରୀଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ଆନ୍ଦୋଳନକୁ ୧୦ ଦିନରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ବିନା ଅନୁମତିରେ ଛୁଟିରେ ଥିବାରୁ ସାଧାରଣ ଜନତା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ବିଭାଗ ବାଧ୍ୟହୋଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ବିଭାଗ।
ସ୍ଥଗିତ ରହିଲା ଅମଲା ସଂଘ ଆନ୍ଦୋଳନ
Oplus_16908288
