ଗୋଟିଏ ଦିନରେ ୨.୬୩ କୋଟିର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ “ଏନ୍‌ଫୋର୍ସମେଣ୍ଟ ସ୍ପେଶାଲ୍ ଡ୍ରାଇଭ୍”ର ୧୧ତମ ଦିନରେ ଏକ ବଡ଼ ସଫଳତା ସହ ମୋଟ ୨.୬୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି।
ଏହି ବଡ଼ ଅଭିଯାନରେ ୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୩,୮୨୭ ବିଏଲ ବେଆଇନ ମଦ, ୪୨୯ ବିଏଲ ଡ୍ୟୁଟି -ପେଡ଼ ମଦ ଜବତ ହୋଇଛି। ମଦ ପାଇଁ ବ୍ୟବହୃତ ୧.୪୧ ଲକ୍ଷ ଲିଟର୍ ପୋଚ ନଷ୍ଟ କରାଯାଇଛି, ୯୦୦ କି.ଗ୍ରାମ୍ ମହୁଲି ଫୁଲ ଜବତ ହେବା ସହିତ ୩୩ଟି ଗାଡ଼ି ଜବତ ହୋଇଛି। ନାର୍କୋଟିକ୍ସ ଅଭିଯାନରେ ମଧ୍ୟ ବଡ଼ ସଫଳତା ସହ ମୋଟ ୨୩ଟି ଏନଡିପିଏସ୍ ମାମଲା ରୁଜୁ ହୋଇଛି । ଏଥିରେ ୩୨୪ କେଜି ଗଞ୍ଜେଇ, ୬୪୭ ଗ୍ରାମ୍ ହେରୋଇନ୍ ଜବତ ହୋଇଛି।
ଏହି ଅଭିଯାନ ବେଆଇନ ମଦ ଓ ମାଦକ ବ୍ୟବସାୟ ପ୍ରତି “ଶୂନ୍ୟ ସହିଷ୍ଣୁତା” ନୀତିକୁ ସୂଚାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *