ଶୀତରେ ଥୁରୁଥୁରୁ ହେଉଛି ଓଡ଼ିଶା, ଖସୁଛି ପାରଦ

ଦାରିଙ୍ଗବାଡି : ସାରା ରାଜ୍ୟରେ ଏବେ ଶୀତ ଅନୁଭୂତ ହେଲାଣି। ଦିନ ଗଡ଼ିବା ପରେ ଧୀରେ ଧୀରେ ତାପମାତ୍ରା ଖସୁଛି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଓ ଅନ୍ୟଅଞ୍ଚଳରେ ପୁଣି ପ୍ରବଳ ଶୀତ ଅନୁଭୂତ ହେଲାଣି। ଗତ ୪ ଦିନରେ ୭ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି। ୧୫ ଡିଗ୍ରୀ ତାପମାତ୍ରାରୁ ଶନିବାର ସକାଳ ସୁଦ୍ଧା ୮. ୫ ଡିଗ୍ରୀରେ ପହଞ୍ଚିଛି। ଲଘୁଚାପର ପ୍ରଭାବ ରହିଥିଲେ ମଧ୍ୟ ଏବେ ଦିନରେ ପାଗ ଶୁଖିଲା ରହିଛି। ଗତ ୨ ଦିନ ହେଲା କୁହୁଡ଼ିର ପ୍ରଭାବ ମଧ୍ୟ କମିଛି। ଦିନରେ ପ୍ରଚଣ୍ଡ ଖରା ସହ ସନ୍ଧ୍ୟା ସମୟ ସକାଳ ୮ ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତି ହେଉଛି। ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ଓ ଅନ୍ୟ ଜାଗାରେ ଭିଡ଼ ଜମେଇଲେଣି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ରହୁଛନ୍ତି। ଏତେ ଶୀତରେ କାମଧନ୍ଦା ପାଇଁ ଘରୁ ସକାଳୁ ଯିବାକୁ ଅସୁବିଧା ହେଉଛି।

Leave a Reply

Your email address will not be published. Required fields are marked *