ଭୁବନେଶ୍ୱର: ପୁଲିସ୍ ଏସଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟର ସହ ଲିଙ୍କ୍ ଥିବା ସନ୍ଦେହରେ ଗତକାଲି ଉକ୍ତ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ୍ କରିଥିଲା। ରେଡ୍ ପରେ ‘ବଣିକ’ର ୩ ଅଧିକାରୀଙ୍କୁ ନୋଟିସ୍ ଜାରି ହୋଇଛି। ଏଚ୍ଆର ମ୍ୟାନେଜର୍, ଆଡମିନ୍ ମ୍ୟାନେଜର ଓ ଆକାଉଣ୍ଟ ହେଡ୍ଙ୍କୁ ନୋଟିସ୍ ହୋଇଛି।
ଆଜି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ଗତକାଲି ‘ବଣିକ’ କୋଚିଂ ସେଣ୍ଟରରେ ଛାନ୍ଭିନ୍ କରିଥିଲା କ୍ରାଇମ୍ବ୍ରାଞ୍ଚ। ଓପିଆରବି ଚାକିରି ଦୁର୍ନିତି କେଳେଙ୍କାରି ନେଇ ଛାପା ମାରିଥିଲା। କ୍ରାଇମବ୍ରାଞ୍ଚର ସିବି ସିଆଇଡ଼ି ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ସିଆରପିଏଫସ୍ଥିତ ବାଣିକ କୋଚିଂ ଅନୁଷ୍ଠାନରେ ରେଡ ହୋଇଥିଲା। ପୁଲିସ୍ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ । ସିଣ୍ଡିକେଟ ମେମ୍ବର ବିଶ୍ବ ରଞ୍ଜନ ବେହେରା ଗିରଫ । ଘର ବାରଙ୍ଗ ବିଦ୍ୟାଧରପୁର ଅଞ୍ଚଳରେ ।
ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ବରଞ୍ଜନ। ସକାଳେ ଆଉ ଦୁଇ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । ଗିରଫଦାରୀ ସଂଖ୍ୟ ୧୨୦ରେ ପହଞ୍ଚିଛି । ତଦନ୍ତ ଜୋଦାର କଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ଆହୁରି ବଢ଼ିବ । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ବରେ ଆଗକୁ ଚାଲିବ ତଦନ୍ତ ।
ପୁଲିସ୍ ଏସଆଇ ନିଯୁକ୍ତି ଘଟଣା ଲିଙ୍କରେ ‘ବଣିକ’ର ତିନି ଅଧିକାରୀଙ୍କୁ ନୋଟିସ୍
