ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଛଅ ଜଣ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟକୁ ପ୍ରତିନିଧିତ୍ୱ କରିବେ। ଅଗଷ୍ଟ ୧୬ରୁ ୨୩ ପର୍ଯ୍ୟନ୍ତ ଜାପାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି କାର୍ଯ୍ୟକ୍ରମରେ ଆଇକନିକ୍ ଓଏଭି, ଅନ୍ଧାରୁଆ, ଖୋର୍ଦ୍ଧାରୁ ସାଇ ସୋହମ୍ ପ୍ରଧାନ, ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭୁବନେଶ୍ୱରରୁ ଶ୍ରେୟାଶ୍ରୀ ପାଣିଗ୍ରାହୀ, ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କରଚାମାଲ, ନବରଙ୍ଗପୁରରୁ ସମିକ୍ଷା ରାଣୀ ମାଳି, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର, ଗଞ୍ଜାମରୁ ଚନ୍ଦ୍ର ଶେଖର ବେହେରା, ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଟକରୁ ସିପ୍ରା ଶତପଥୀ, ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ, ତାରାଣ୍ଡୋ, କେନ୍ଦ୍ରାପଡ଼ାରୁ ପୁଣ୍ୟ ପୁଲୋକିତା ପତି ଭାଗ ନେବେ।
