ପୁରୀ: ଅକ୍ଟୋବର ୭ରୁ କାର୍ତ୍ତିକ ମାସର ହବିଷ ବ୍ରତ ଆରମ୍ଭ ହେବ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ। ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଆରମ୍ଭ ହୋଇଯାଇଛି ପଞ୍ଜିକରଣ ପକ୍ରିୟା। ଆସନ୍ତା ୧୯ତାରିଖ ପୂର୍ବାହ୍ନ ୧୦ ଠାରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳୀଙ୍କ ପାଇଁ ଏଥର ବ୍ୟବସ୍ଥା କରାଯାଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ। ଏଥର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ ମାଧ୍ୟମରେ କରାଯିବ । କେଉଁଠି ରହିବେ ଓ ଆଇଡି କାର୍ଡ ଆଦିର ସମସ୍ତ ତଥ୍ୟ ଅନଲାଇନ ମାଧ୍ୟମରେ ହେବାକୁ ଯୋଜନା କରିଛନ୍ତି ପୁରୀ ଜିଲ୍ଲାପାଳ । ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ୨୦୨୫ ପାଇଁ ଆସନ୍ତା ୧୯ ତାରିଖରୁ ହବିଷ୍ୟାଳୀମାନେ https/edistrict.odisha.gov.in ଅନଲାଇନ୍ ଲିଙ୍କରେ ଆବେଦନ କରିପାରିବେ । ୭୦ ବର୍ଷ ବୟସ ପର୍ଯ୍ୟନ୍ତ ବିଧବା ମହିଳା ଓ ୫୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ବିବାହିତ ମହିଳାମାନେ ଆବେଦନ କରିପାରିବେ । ଶାରୀରିକ ମାନସିକ ଭାବରେ ସୁସ୍ଥ ଥିବା ସହ ନୂଆ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। କେବଳ ଅନଲାଇନରେ ପଞ୍ଜିକୃତ ହୋଇଥିବା ମା ମାନେ ହିଁ ହାବିଷ୍ୟାଳି ଶିବିରରେ ଅନୁମତି ପାଇବେ । ପ୍ରତିବର୍ଷ ଭଳି ରହଣି, ଜଗନ୍ନାଥ ଦର୍ଶନ, ପ୍ରସାଦ ସେବନ ବ୍ୟବସ୍ଥା କରିବେ ରାଜ୍ଯ ସରକାର। ଏକମାସ ଧରି ସେମାନଙ୍କୁ ନିଶୁଳ୍କ ମହାପ୍ରସାଦ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।
ହବିଷ୍ୟାଳୀଙ୍କ ନାମ ପଞ୍ଜୀକରଣ ପାଇଁ ପ୍ରସ୍ତୁତି ଆରମ୍ଭ : ୧୯ ରୁ ହେବ ଅନଲାଇନ୍ ଆବେଦନ
