ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଶେଷ ଦିନରେ ମଧ୍ୟ ‘ବିକଶିତ ଭାରତ – ଜୀ ରାମ ଜୀ ବିଲ୍’, ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଏସ୍ଆଇଆର ଭଳି ପ୍ରସଙ୍ଗ ଉପରେ ବିରୋଧୀଙ୍କ ପ୍ରତିବାଦ ଜାରି ରହିଛି ।
ଅନ୍ୟପଟେ ଅଧିବେଶନର ପ୍ରଥମ ଦିନରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିଥିଲେ। ମଣିପୁର ଜିଏସଟି (ଦ୍ୱିତୀୟ ସଂଶୋଧନ) ବିଲ୍, ୨୦୨୫ ଗୃହ ଦ୍ୱାରା ଗୃହୀତ ହୋଇଥିଲା।ସରକାର ଅଧିବେଶନ ଶେଷ ହେବା ପୂର୍ବରୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସରକାରଙ୍କୁ କଡ଼ା ବିରୋଧ କରିଛନ୍ତି ବିରୋଧୀ ।
