ଭିବିଜି-ରାମ-ଜି ବିଲ୍ ପାସକୁ ବିରୋଧ କରି ସଂସଦ ପରିସରରେ ଧାରଣା ଦେଲେ ବିରୋଧୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜୋରଜବରଦସ୍ତି ଭିବିଜି-ରାମ-ଜି ବିଲ୍ ପାସ୍ ହେବା ନେଇ ଗ୍ରାମୀଣ ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ବିଲ୍ ପାସ୍ ହେବା ପ୍ରତିବାଦରେ ବିରୋଧୀ ନେତାମାନେ ସଂସଦ ପରିସରରେ ଗୁରୁବାର ରାତିସାରା ଧାରଣା ଦେଇଛନ୍ତି । ବିରୋଧୀଙ୍କ ବିରୋଧ ମଧ୍ୟରେ, ମଧ୍ୟରାତ୍ରି ପରେ ରାଜ୍ୟସଭା ବିକାଶ ଭାରତ ଗ୍ୟାରେଣ୍ଟିଡ୍ ଏମ୍ପ୍ଲୟମେଣ୍ଟ ଏବଂ ଜୀବିକା ମିଶନ (ଗ୍ରାମୀଣ) ବିଲ୍ କୁ ମଞ୍ଜୁରୀ ଦେଇଥିଲା।ସରକାର ଯେଉଁଭଳି ଭାବରେ ଏହି ସମ୍ପୂର୍ଣ୍ଣ ଗରିବ ବିରୋଧୀ, ଜନ ବିରୋଧୀ, ଚାଷୀ ବିରୋଧୀ, ଗ୍ରାମୀଣ ବିରୋଧୀ ଭିବିଜିଆରଜି ବିଲ୍ ଆଣିଛନ୍ତି ଏବଂ ଏମ୍‌ଜିଏନଆରଇଜିଏକୁ ବାତିଲ କରିଛନ୍ତି ତାହା ଅତ୍ୟନ୍ତ ଆପତ୍ତିଜନକ। ଏହା ଭାରତର ଗରିବଙ୍କ ପ୍ରତି ଅପମାନ, ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତି ଅପମାନ। “ଏହି ବିଲ୍ ଆମକୁ କେବଳ ପାଞ୍ଚ ଘଣ୍ଟା ପୂର୍ବରୁ ନୋଟିସ୍ ଦେଇ ଦାଖଲ କରାଯାଇଥିଲା। ଆମକୁ ଏହା ଉପରେ ସଠିକ୍ ଆଲୋଚନା କରିବାର ସୁଯୋଗ ଦିଆଯାଇ ନଥିଲ ବୋଲି ଟିଏମସି ରାଜ୍ୟସଭାର ଉପନେତା ସାଗରିକା ଘୋଷ ମତ ପ୍ରକାଶ କରିଛନ୍ତି । ଏହି ବିଲ୍ ଯେଉଁ ତରବରିଆ ଭାବରେ ଆଗତ ଏବଂ ପାସ୍ କରାଯାଇଛି ତାହା ଗଣତନ୍ତ୍ର ଉପରେ ଏକ କଳଙ୍କ। ଏହା ଗଣତନ୍ତ୍ରକୁ ଚୂର୍ଣ୍ଣ କରିବା ପରି। ସମଗ୍ର ବିରୋଧୀ ଏହାକୁ ବିରୋଧ କରୁଛନ୍ତି। ଏଥିପାଇଁ ବିରୋଧୀ ଦଳ ନେତାମାନେ ସେମାନେ ସାରା ଦେଶରେ ରାସ୍ତାକୁ ଓହ୍ଲାଇବା ନେଇ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *