କାର୍ତ୍ତିକ ବ୍ରତ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତରୁ ବାଦ୍ ପଡ଼ିଲେ ୨ଶହ

ପୁରୀ: ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ହବିଷ୍ୟାଳୀଙ୍କ ପ୍ରବଳ ଭିଡ ଜମିବ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ ପଞ୍ଜିକୃତ ହୋଇଛି । ସେଥିମଧ୍ୟରୁ ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍‌ ପଡ଼ିଥିବା ସୂଚନା ରହିଛି ।
କେଉଁ ଜିଲ୍ଲାରୁ କେବେ ହବିଷ୍ୟାଳି ବ୍ରତ ପାଳନ ନିମନ୍ତେ ଆସିବେ ସେନେଇ ଚୂଡ଼ାନ୍ତ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛି ପ୍ରଶାସନ । ସେମାନଙ୍କ ନିକଟକୁ ଚୂଡ଼ାନ୍ତ ଚୟନ ନେଇ ବାର୍ତ୍ତା ପଠାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଟାଉନ୍‌ ହଲ୍‌ରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ସମସ୍ତ ପ୍ରଶାସନିକ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଉତ୍ତମ ଯତ୍ନ ଓ ସୁରକ୍ଷା ପ୍ରଭୃତି କାର୍ଯ୍ୟର ତାଲିମ ନେଇଛନ୍ତି ପ୍ରଶାସନିକ କର୍ମଚାରୀ । କାର୍ଯ୍ୟରେ ଅବହେଳା କଲେ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *