ଶାଢ଼ି-ବ୍ଲାଉଜରେ ମହାପ୍ରଭୁଙ୍କ ଚିତ୍ର: ଭକ୍ତମାନଙ୍କ ମନରେ ଉତ୍ତେଜନାପୁରୀ: ଶାଢ଼ି ଓ ବ୍ଲାଉଜରେ ମହାପ୍ରଭୁଙ୍କ ଚିତ୍ର ଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯାହା ବହୁତ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ପହଞ୍ଚାଇଛି। ଏହି ଶାଢ଼ି ମଧୁବନୀ ହ୍ୟାଣ୍ଡ ପେଣ୍ଟିଂ ସହିତ ଡିଜାଇନ କରାଯାଇଛି, ଯାହାର ଧଡ଼ିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ରହିଛି। ବ୍ଲାଉଜରେ ମଧ୍ୟ ମହାପ୍ରଭୁଙ୍କ ଚିତ୍ର ଥିବା ଦେଖାଯାଇଛି।ଏହି ପୋଷ୍ଟ ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ ଆଇଡିରେ ହୋଇଛି। ଏହା ଦେଖି ଅନେକ ଭକ୍ତମାନେ କହିଛନ୍ତି ଏହା ମହାପ୍ରଭୁଙ୍କୁ ପ୍ରତି ଅପମାନ । ସେମାନେ ସରକାର ଓ ମନ୍ଦିର ପ୍ରଶାସନଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।ଭକ୍ତମାନେ କହିଛନ୍ତି, ମହାପ୍ରଭୁଙ୍କ ଚିତ୍ର ବିଜ୍ଞାପନରେ ବ୍ୟବହାର କରିବାରେ କୌଣସି ଆପତ୍ତି ନଥିବା ସତ୍ତ୍ୱେ, ପିନ୍ଧା ବସ୍ତ୍ରରେ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରିବା ଗ୍ରହଣୀୟ ନୁହେଁ। ସେହିପାଇଁ ସୋସିଆଲ ମିଡିଆରୁ ଏହି ପୋଷ୍ଟକୁ ହଟାଇବାକୁ ଦାବି ହେଉଛି।ଆଇଡିରେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋଚିତ୍ରକୁ ଜଣେ ମହିଳା ଶାଢ଼ିରେ ପରିଧାନ କରିବା ନେଇ ବିଜ୍ଞାପନରେ ଦେଖିବାକୁ ମିଳିଛି। କୋଲକତାର ଏହି ଆଇଡିଟି ହୋଇଥିବା ସୋସିଆଲ ମିଡିଆରେ ଉଲ୍ଲେଖ ରହିଛି। ଏହାକୁ ନେଇ ଜଗନ୍ନାଥପ୍ରେମୀ ଉଦ୍ବେଗ ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମଡେଲିଂ ଜଣକ ବିଜ୍ଞାପିତ କରିବା ବେଳେ ଶାଢ଼ିର ଧଡ଼ି ଗୋଡ଼ ତଳକୁ ଓହଳି ରହିଛି। ତେଣୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାପ୍ରଭୁଙ୍କୁ ବିଜ୍ଞପିତ କରିବାରେ ଆପତ୍ତି ନାହିଁ, କିନ୍ତୁ ପିନ୍ଧା ବସ୍ତ୍ରରେ ମହାପ୍ରଭୁଙ୍କୁ ସ୍ଥାନିତ କରିବା ଗ୍ରହଣୀୟ ନୁହେଁ ବୋଲି କେତେଜଣ ଭକ୍ତ କହିଛନ୍ତି। ତେଣୁ ସରକାର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଉକ୍ତ ପୋଷ୍ଟ ହଟାଯିବାକୁ ମତ ପ୍ରକାଶ ପାଇଛି। ଏନେଇ ସୁପକୁଦା ଅଞ୍ଚଳର ଶ୍ରଦ୍ଧାଳୁ ମନ୍ଦାକିନୀ ପ୍ରଧାନ କହିଛନ୍ତି, ଅନେକ ସମୟରେ ମହାପ୍ରଭୁଙ୍କୁ ଅପମାନ କରିବା ଭଳି କାଯର୍ର୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଯାହା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଉଛି। ମହାପ୍ରଭୁଙ୍କ ଚିତ୍ରଥିବା ଶାଢ଼ି ଓ ବ୍ଲାଉଜ୍ ଦେଖି ମନରେ ଆଘାତ ଲାଗିଲା। ଏଭଳି ପୋଷାକ ପରିଧାନ କରିବା ଆଦୌ ଗ୍ରହଣୀୟ ନୁହେଁ।ପୁରୀବାସୀ ଓ ଧର୍ମୀୟ ନାଗରିକମାନେ ଏହି କାର୍ଯ୍ୟକୁ ଦୁଃଖଦାୟକ ବୋଲି ବିବେଚନା କରୁଛନ୍ତି ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଦାବି କରିଛନ୍ତି।
ଶାଢ଼ି-ବ୍ଲାଉଜରେ ମହାପ୍ରଭୁଙ୍କ ଚିତ୍ର: ଭକ୍ତମାନଙ୍କ ମନରେ ଉତ୍ତେଜନା
