ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା : ବଦଳିଲେ ଥାନା ଏଏସ୍ଆଇ

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ । ଏଏସ୍ଆଇଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସପି ।
ସୂଚନା ଅନୁଯାୟୀ,ଗତକାଲି ଘର ଭିତରେ ଜଣେ ଯୁବତୀ ଜୀବନ୍ତ ଜଳିଗଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ। କିରୋସିନ ଢାଳି ହୋଇ ଛାତ୍ରୀଜଣଙ୍କ ଜୀବନ ହାରିଛନ୍ତି । ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିବା ଜଣାପଡିଛି । ପୁଲିସର ଅବହେଳାକୁ ଦାୟୀ କରିଥିଲେ ପୀଡ଼ିତାଙ୍କ ବାପା । ଝିଅର ଅଭିଯୋଗ ଏଏସ୍‌ଆଇ ରଖି ନ ଥିବା ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *