କଟକ : କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗ ହୋଇଛି। ସ୍ନାତକ ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଏସଂପର୍କରେ ଖବର ପାଇ ହଷ୍ଟେଲ ୱାଡେନ ଓ ବରିଷ୍ଠ ଅଧ୍ୟାପକ ରାତି ଅଧରେ ହଷ୍ଟେଲ ପରିଦର୍ଶନ କରିଛନ୍ତି । ଛାତ୍ରଙ୍କୁ ଉଦ୍ଧାର କରିବା ସହ ଆଣ୍ଟି ରାଗିଂ ସେଲ୍ ବୈଠକ ହୋଇଛି । ତୁରନ୍ତ ୧୦ ଜଣ ତୃତୀୟ ବର୍ଷର ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ନିଷ୍ପତ୍ତି ହୋଇଛି । ଛାତ୍ରମାନଙ୍କ ଅଭିଭାବକଙ୍କୁ ଡାକି ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛିମାସ ତଳେ ହଷ୍ଟେଲରେ କିଛି ଛାତ୍ର ଧମକ ଚମକ ଦେଉଥିବା ଅଭିଯୋଗ ନେଇ କୁଳପତିଙ୍କ ଅଫିସ ଆଗରେ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ । ଆଣ୍ଟି ରାଗିଂ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ରେଭେନ୍ସାରେ ରାଗିଂ ଅଭିଯୋଗ: ୧୦ ଛାତ୍ର ହଷ୍ଟେଲରୁ ନିଲମ୍ବିତ
